ବାଲେଶ୍ବର ସଦର ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ବାଲେଶ୍ବର, (ସରୋଜ ପଣ୍ଡା):ଆଜି ବିଜୁ ଜନତା ଦଳ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଦିବା ୧୧ ଘଟିକାରେ ମିସନ ପଡିଆରୁ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଗାନ୍ଧୀସ୍ମୃତି ଭବନରେ ପହଞ୍ଚିଥିଲ ଏହାପରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ବାଲେଶ୍ବର ବିଜେଡି ଟାଉନ ସଭାପତି ସନତ ଦାସ ସଭାପତିତ୍ବ କରିଥିବାବେଳେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରଂଜନ ବାଗ ସମସ୍ତଙ୍କୁ ମଞ୍ଚ ଆହ୍ବାନ କରିଥିଲେ।ସଭାରେ ମାନ୍ୟବର ମନ୍ତ୍ରୀ ତଥା ବାଲେଶ୍ବର ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରତାପ ଦେବ ଯୋଗଦେଇ ସମସ୍ତେ ଏକ ମନ ଦେଇ କାମ କଲେ କୌଣସି ବିରୋଧି ଅତି ସହଜରେ ପ୍ରତିରୋଧ କରି ପାରିବ ନାହିଁ,ପୂର୍ବତନ ବାଲେଶ୍ବର ସାଂସଦ ରବିନ୍ଦ୍ର କୁମାର ଜେନା ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।ବାଲେଶ୍ବର ସଦର ବିଧାୟକ ଶ୍ରୀଯୁକ୍ତ ସ୍ବରୂପ ଦାସ ଯୋଗଦାନ କରି କହିଲେ ଉପ ନିର୍ବାଚନରେ ବିଜୟୀ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଅନେକ ଉନ୍ନୟନ କାର୍ଯ୍ୟ କରାଯାଇଛି,ଏଇ ଜନକଲ୍ୟାଣ କାର୍ଯ୍ୟକୁ ଆଗକୁ ନେବାପାଇଁ ସମସ୍ତଙ୍କ ସହଯୋଗ କାମନା ନିତାନ୍ତ ଆବଶ୍ୟକ ଅଟେ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସହ ପର୍ଯ୍ୟବେକ୍ଷକ ସାରଦା ଜେନା,ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ,ମୁନିସିପାଲିଟି ଅଧ୍ୟକ୍ଷା ସବିତା ସାହୁ,ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ,ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା,ବ୍ରିଟ ଅଧ୍ୟକ୍ଷ ଆଲୋକ ସାହୁ,ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗଣେଶ ମହାପାତ୍ର,ରାଜ୍ୟ ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ,ରାଜ୍ୟ ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ତାପସ ପାଣିଗ୍ରାହୀ,ରାଜ୍ୟ ମହିଳା ସମ୍ପାଦିକା ଜୟଶ୍ରୀ ବିଶ୍ବାଳ,ଦୀପାରାଣୀ ସାହୁ,ଜିଲ୍ଲା ଛାତ୍ର ସଭାପତି ସିମନ ଦାସମହାପାତ୍ର,ଏସି ସେଲ ସଭାପତି ଶତ୍ରୁଘ୍ନ ମଲ୍ଲିକ,କୃଷକ ସେଲ ସଭାପତି ଅଜୟ ସାମଲ,ଜିଲ୍ଲା ବିଜେଡି ବରିଷ୍ଠ ଉପ ସଭାପତି ଗୌରୀ ରାଉତ,ସଦର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସେକ ଅନସର,ବ୍ଲକ ଯୁବ ସଭାପତି ଦିଲ୍ଲୀପ ମହାନ୍ତି, ଟାଉନ ଯୁବ ସଭାପତି ଉମାଶଂକର ତିଆଡି, ବିଜୁ ଯୁବ ଜନତା ଦଳ ଜୋନାଲ ସାଧାରଣ ସମ୍ପାଦକ ତଥା ସଦର ନିର୍ବାଚନ ମଣ୍ଡଳୀ ମିଡିଆ ସଂଯୋଜକ ଧିରେନ ନାୟକ,ଟାଉନ ମହିଳା ସଭାପତି ମୀନା ମହାନ୍ତି,ବ୍ଲକ ମହିଳା ସଭାପତି ଜ୍ୟୋତିରାଣୀ ମାଝି ଏବଂ ବାଲେଶ୍ବର ପୌରପରିଷଦର ସମସ୍ତ କାଉନସିଲର,ସମସ୍ତ ଜିଲ୍ଲା ପରିଷଦ ସଭ୍ୟ,ସମସ୍ତ ଛାମୁଆ ସଂଗଠନର ପଦାଧିକାରୀ ମାନେ ମଞ୍ଚାସିନ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ଜିଲ୍ଲା ବିଜେଡି ସମ୍ପାଦକ ମନୋଜ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ