ଟାଟା ପାୱାରର ଶୋଷଣ ନୀତି ପ୍ରତିବାଦରେ ରଣହୁଙ୍କାର ଦେଲେ ମାନସ ଦତ୍ତ
ବାଲେଶ୍ୱର, (ସରୋଜ ପଣ୍ଡା):ଟାଟା ପାୱାରର ଶୋଷଣ ନୀତି ପ୍ରତିବାଦରେ ଆଜି ସଦର ନିର୍ବାଚନ ମଣ୍ଡଳୀ ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ସଦର ବିଜେପି ପକ୍ଷରୁ ବାଲିଆ ସ୍ଥିତ ଇଲେକ୍ଟ୍ରି ଅଫିସ ଘେରାଓ କରାଯାଇଛି । ଟାଟା ପାୱାର ବିଜୁଳି ଯୋଗାଣର ଦାୟିତ୍ୱ ନେବା ପରେ ବିଜୁଳି ଉପଭୋକ୍ତା ମାନେ ପ୍ରମାଦ ଗଣିଲେଣି । ପ୍ରଥମେ ପୂର୍ବରୁ ସମାନ ବିଜୁଳି ବ୍ୟବହାର କରି ଯେତିକି ବିଲ ପୈଠ କରିବାକୁ ପଡୁଥିଲା ଏବେ ତାର ଦୁଇ ଗୁଣ ବିଜୁଳି ବିଲ ପୈଠ କରିବାକୁ ପଡୁଛି । ଏହାର କାରଣ ପୂର୍ବରୁ ଲାଗୁଥିବା ମିଟର ଗୁଡିକରେ ବିଲ ଯେତିକି ଉଠୁଥିଲା ଏବେ ଟାଟା ପାୱାର ପୂର୍ବରୁ ଚାଲୁଥିବା ମିଟର ଗୁଡିକ ଅପସାରଣ କରି ନୂତନ ଭାବେ ବସାଇଥିବା ମିଟର ଗୁଡିକରେ ବିଲ ଅଧିକ ଉଠୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ୩୦ ଦିନିଆ ବିଲ ପୈଠ ନକରି ପ୍ରତି ବିଲରେ ଦୁଇ ଦିନ ଲେଖାଏଁ କମାଇ ୨୮ ଦିନରେ ବିଲ ଦେବା ଫଳରେ ସେପଟେ ମାସିକିଆ ଧାର୍ଯ୍ୟ ବିଲର ସଂଖ୍ୟା ବର୍ଷକରେ ୧୨ଥର ବଦଳରେ ୧୩ଥର ଦେବାକୁ ପଡୁଛି । ଅନ୍ୟ କିଛି ସ୍ଥାନରେ ପ୍ରତି ମାସ ନିର୍ଦ୍ଧାରିତ ତାରିଖରେ ମିଟର ରିଡିଂ ନେଇ ୩୦ ଦିନରେ ଦେବା ପରିବର୍ତ୍ତେ ମନମୁଖୀ ଭାବେ କେଉଁ ମାସ ୩୫ ଦିନ ପୁଣି କେଉଁ ମାସ ୪୦ ଦିନରେ ଦେବା ଫଳରେ ସ୍ଲାବ ଅନୁସାରେ ଉପଭୋକ୍ତା ଯେଉଁ ରିହାତି ପାଇବା କଥା ତାହା ପାଇପାରୁନାହାନ୍ତି । ଅଧିକାଂଶ ସମୟରେ ମରାମତି ଆଳରେ ଘନଘନ ବିଜୁଳି କାଟ ହେଉଛି । ଟାଟା ପାୱାର ଦାୟିତ୍ୱ ନେବା ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ବାଲେଶ୍ୱରର ଦକ୍ଷ ଓଡିଆ ଲୋକଙ୍କୁ ନରଖି ଅଣଓଡିଆ ବାହାର ଲୋକଙ୍କୁ ନିଯୁକ୍ତି ଦେଉଛି । ଏଣୁ ଟାଟା ପାୱାରର ବିଜୁଳି ସେବାରେ ଅତିଷ୍ଠ ଜନସାଧାରଣଙ୍କ ବହୁ ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ କରିବା ସହ ୮ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବୀ ସମୂହରେ ପ୍ରତ୍ୟେକ ମାସରୁ ନିର୍ଦ୍ଦିଷ୍ଟ ତାରିଖରେ ମିଟର ରିଡିଂ ନିଆଯାଇ ବିଲ ଦିଆଯାଉ ଓ ସ୍ମାର୍ଟ ମିଟର ନାଁରେ ଜୋରଜବରଦସ୍ତ ନୂତନ ମିଟର ବସାଇ ଗ୍ରାହକକୁ ଶୋଷଣ କରାନଯାଉ । ପାର୍ବଣ ଋତୁରେ ସହରାଞ୍ଚଳ ଓ ଗ୍ରାମଞ୍ଚଳରେ ନିରବଚ୍ଛିନ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ଅବ୍ୟାହତ ରହୁ । ସୌଭାଗ୍ୟ/ବି.ପି.ଏଲ ଯୋଜନାରେ ବିଜୁଳି ବ୍ୟବହାର କରୁଥିବା ହିତାଧିକାରୀମାନଙ୍କୁ ଶୀଘ୍ର ନିୟମିତ କରି ବିଜୁଳି ବିଲ ସ୍ଲାବ – ୧ରେ ନିଆଯାଉ ଓ ବିଜୁଳି ସଂଯୋଗରୁ ବଞ୍ଚିତ ଗରିବ ହିତାଧିକାରୀମାନଙ୍କୁ ତୁରନ୍ତ ମାଗଣାରେ ବିଜୁଳି ସଂଯୋଗ ଦିଆଯାଉ । ସ୍କ୍ୱାର୍ଡ ଚେକିଂ ଆଳରେ ବିଜୁଳି ଉପଭୋକ୍ତା ମାନଙ୍କୁ ଅଯଥାରେ ହଇରାଣ ହରକତ ନକରି ଅବ୍ୟବହୃତ ବିଜୁଳି ଉପକରଣ ଉପରେ ମନଇଚ୍ଛା ଜୋରିମାନା ନେବା ବନ୍ଦ ହେଉ । ବାଲେଶ୍ୱର ସହରର ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ରେ ରୋଡ କ୍ରସିଂ କରାନଯାଇ ଉଭୟ ପାଶ୍ୱର୍ରେ ପୋଲରେ ବିଜୁଳି ଯୋଗାଣ କରାଯାଉ ଏବଂ ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟଗୁଡିକୁ ତୁରନ୍ତ ଅପସାରଣ କରାଯାଉ । ଲୋ-ଭେଲ୍ଟେଜରୁ ମୁକ୍ତି ପାଇବା ଓ ସୁଗମ ବିଦ୍ୟୁତ ସରବରାହ ପାଇଁ ଓଲନ୍ଦା ସାରଗାଁ, ସିନ୍ଧିଆ, ଗୋପୀନାଥପୁର, ପରିଖି ଆଦି ଗ୍ରାପ ପଞ୍ଚାୟତକୁ ନେଇ ଏକ ଗ୍ରିଡ ଷ୍ଟେସନ ବସାଯାଉ । ପ୍ରସିଦ୍ଧ ଶାରଦୀୟ ଦୁର୍ଗା ଉତ୍ସବରେ ସବୁ ମଣ୍ଡପ ଗୁଡିକୁ ମାଗଣା ବିଜୁଳି ଯୋଗାଣ କରାଯାଉ । ଟି.ପି.ଏନ୍.ଓ.ଡି.ଏଲ୍ ରେ ସ୍ଥାନୀୟ ଓଡିଆ ପିଲାଙ୍କୁ ସିଧାସଳଖ ନିଯୁକ୍ତିରେ ପ୍ରାଧାନ୍ୟ ଦିଆଯାଉ । ଯଦି ଉକ୍ତ ଦାବୀ ସମୂହ ତୁରନ୍ତ ପୂରଣ କରିବାରେ ଆପଣ ଅସମର୍ଥ ହୁଅନ୍ତି ତାହେଲେ ଭାରତୀୟ ଜନତା ପାର୍ଟି ଲୋକଙ୍କ ସ୍ୱାର୍ଥ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ବାଧ୍ୟ ହେବ । ପରିଶେଷରେ ଅଧୀକ୍ଷଣ ଯନ୍ତ୍ରୀ ସଭାସ୍ଥଳକୁ ଆସି ଦାବୀପତ୍ର ଗ୍ରହଣ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ୮ ଦଫା ଦାବୀ ଗୁଡିକ ପୂରଣ କରିବେ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ । ପରେ ପ୍ରତିଶୃତିକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ଭଙ୍ଗ କରାଯାଇଥିଲା । ଉକ୍ତ ସଭାକାର୍ଯ୍ୟକୁ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ଓ ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ନିତ୍ୟଗୋପାଲ ସିଂ, ରୋଜାଲିନ ପାଣି, ସସ୍ମିତା ନାଥ, ପ୍ରତିମା ବେହେରା ଓ ନିରୁପମା ଦାଶ, ସରପଞ୍ଚ ରବିନାରାୟଣ ପ୍ରଧାନ ଓ ବନିତା ଭୂୟାଁ, ସମତିସଭ୍ୟ ମାୟାଧର ମହାଳିକ ଓ ମାମନୀ ଜେନା, ମଣ୍ଡଳ ସଭାପତି ତପନ ଗିରି ଓ କାର୍ତ୍ତିକ ରାଉତ, ଆଶିଷ ଘୋଷ, ବୈଲୋଚନ ଦାଶ, ଲକ୍ଷ୍ମୀଧର ବେହେରା, ଅମୀୟ ମହାନ୍ତି, ବିକାଶ ପାଢୀ, ଧୀରଜ ମହାନ୍ତି, ବିବେକ ମହାନ୍ତି, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, ସୁକାନ୍ତି ଦେବ ଗୋସ୍ୱାମୀ, ସସ୍ମିତା ଦାଶ, ସସ୍ମିତା ଶୁକ୍ଳା, ସ୍ୱର୍ଣ୍ଣପ୍ରିୟା ନାଥ, ନସିମା ବିବି, ଆଶାଲତା ବାଡି, ସଞ୍ଜୀବ ପ୍ରଧାନ, ବଳରାମ ପାତ୍ର, ସୌଭାଗ୍ୟ ମାନସ ନାୟକ, ଉମେଶ ବେହେରା, ଜିତେନ୍ଦ୍ର ପରମାଣିକ, ଅଶୋକ ଦାସ, ଶଶିଶେଖର ମହାନ୍ତି, ବିବେକାନନ୍ଦ ରାଉତ, ମଧୁସୂଦନ ମାଝୀ, ଜୀବନ ପାଣି, କାର୍ତ୍ତିକ ନାଥ, ଅନ୍ତର୍ଯ୍ୟାମୀ ବେହେରା, କାର୍ତ୍ତିକ ପ୍ରଧାନ, ପିତାମ୍ବର ଭୂୟାଁ, ଭାଗ୍ୟଧର ଦାସ, ତପନ ଦାସ, ଅରବିନ୍ଦ ଜେନା, ବିରେନ୍ଦ୍ର ସେନାପତି, ମଞ୍ଜୁ ଗାୟନ, ଶଙ୍କର୍ଷଣ ଖଟୁଆ, ବିଶ୍ୱଜିତ ଖଟୁଆ, ଅତୁଲ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ ।


