ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୦ ଜୁଆଡି ଗିରଫ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପୋଲିସ ଥାନାର ବୁଗୁଡା ଏନଏସିର ନେଳିଆ ବନ୍ଧ ସାହିରେ ଚାଲିଥିବା ଜୁଆ ଆଡ୍ଡା ଉପରେ ବୁଗୁଡା ପୋଲିସ ଚଢ଼ାଉ କରି ୧୦ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ ୫୬୪୦ ଟଙ୍କା ଓ ତାସ୍ ଜବତ କରିଥିବା ଜଣାପଡିଛି। ଆଗକୁ ଦଶହରା ପର୍ବ ଥିବା ବେଳେ ବୁଗୁଡା ସହର ଓ ଗ୍ରାମାଞ୍ଚଳରେ ଜୁଆଖେଳ ଚାଲୁଥିବା ବେଳେ ବୁଗୁଡା ପୋଲିସ୍ ଜୁଆଡିଙ୍କୁ ଧରିବା ପାଇଁ ଅଣ୍ଟା ଭିଡିଥିବା ଜଣାପଡିଛି। ବର୍ତ୍ତମାନ ଚିରିକିପଡା ଓ ନେଳିଆ ବନ୍ଧ ସାହିରେ ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଥିବା ବେଳେ ଆଗକୁ ଆହୁରି ଜୋରଦାର ଚଢ଼ାଉ ହେବ ବୋଲି ପୋଲିସ ବିଭାଗ ପ୍ରକାଶ କରିଛନ୍ତି। ଆଜି ବୁଗୁଡା ନେଳିଆ ବନ୍ଧ ସାହିରେ ଜୁଆଖେଳ ଚାଲିଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ସବଇନ୍ସପେକ୍ଟର ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଏ.ଏସ.ଆଇ ସୁମନ୍ତ କୁମାର ବେହେରା ଓ ବି.ଖଣ୍ଡଗିରି, ଏବଂ କନେଷ୍ଟବଳ ଏ.ସନ୍ତୋଷ ଓ ଅଜୟ ମଲ୍ଲୀକ ମିଳିତ ଭାବେ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୧୦ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୬୪୦ ଟଙ୍କା ଓ ତାସ୍ ପକେଟ ଜବତ କରିଥିଲେ। ଏନେଇ ବୁଗୁଡା ଥାନା କେଶ ନମ୍ବର ୭୪୦/୨୦୨୩ ପ୍ରକାରେ ଏକ ମକଦ୍ଦମା ରୁଜୁ କରାଯାଇ ଥିବା ବୁଗୁଡା ପୋଲିସ ଥାନା ଏଆଇଆଇସି ଶର୍ମିଷ୍ଠା ପ୍ରଧାନ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ