ଆକ୍ରମଣ ଘଟଣାରେ ଦୁଇ ଯୁବକ ଗିରଫ

ପୁରୁଷୋତ୍ତମପୁର, (ରମେଶ କୁମାର ଗୌଡ଼):ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ଘଟଣାରେ ସ୍ଥାନୀୟ ପୁଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି।ଗିରଫ ଯୁବକ ଦ୍ବୟ ପୁରୁଷୋତ୍ତମପୁର ସହର ଅମୁଣିଆ ସାହି ଟୁନା ଗୈାଡ ଙ୍କ ପୁଅ କାହ୍ନୁ ଗୈାଡ(୨୬),ଚକା ଗୈାଡ(୧୯) ।ଏତେଲା ଅନୁସାରେ ଗତ ୧୨ ତାରିଖ ସନ୍ଧ୍ୟାରେ ବୃନ୍ଦାବନ ଗୈାଡ ଙ୍କ ପରିବାର ଉପରେ ଟୁନା ଗୈାଡ ଙ୍କ ପରିବାର ଆକ୍ରମଣ କରିଥିଲେ । ଏହା ନେଇ ବୃନ୍ଦାବନ ଗୈାଡ ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁରୁଷୋତ୍ତମପୁର ପୁଲିସ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଆଜି କାହ୍ନୁ କୁ ବଜାର ରୁ,ଚକା କୁ ଆଛୁଲି ଛକରୁ ଗିରଫ କରିଛି। ବିଚିତ୍ର ଗୈାଡ କୁ ଗତ୧୩ ତାରିଖରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ମାନେ ପୂର୍ବରୁ ଅନେକ ଅପରାଧ ମାମଲା ରେ ଜଡିତ ଥିବା ଥାନା ଅଧିକାରୀ ସମିର କୁମାର ରାଉତ ସୂଚନା ଦେଇଛନ୍ତି। ସ୍ଥାନୀୟ ସହରରେ ଭାଇଗିରି,ଚୋରା ମଦ ବିକ୍ରି, ରାହାଜାନୀ,ପିସ୍ତଲ ଧରି ଫଟୋ ଉଠାଇ ସୋସିଆଲ ମିଡ଼ିଆ ରେ ପଠେଇବା ଭଳି ସଙ୍ଗିନୀ ମାମଲାରେ ସେମାନେ ଜଡିତ ରହିଛନ୍ତି। ପୁରୁଷୋତ୍ତମପୁର ଥାନା କେଶ ନମ୍ବର ୭୪୮/୨୩ ପ୍ରକାରେ ମାମଲା ରୁଜୁ ହୋଇଥିବା ତଦନ୍ତକାରୀ ପୁଲିସ ଅଧିକାରୀ ସ୍ବଦେଶ କୁମାର ଦାଶ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ