ବ୍ଲକ୍ ସ୍ତରୀୟ ସୁରଭି ୨୦୨୩ କାର୍ଯ୍ୟକ୍ରମ ଉଦଯାପିତ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ରେ ବୁଧବାର ବ୍ଲକ୍ ସ୍ତରୀୟ ସୁରଭି -୨୦୨୩ ଓ ଓଡ଼ିଶା ମିଲେଟ ପ୍ରତିଯୋଗୀତା ଉଦଯାପିତ ହୋଇ ଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଲଷ୍ଟର ରୁ ମନୋନୀତ ହୋଇଥିବା କୃତି ଛାତ୍ର ଛାତ୍ରୀ ମାନେ ବ୍ଲକ୍ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିଥି ଭାବେ ରାଇକିଆ ବିଡ଼ିଓ ସିମାଞ୍ଚଳ ମଣ୍ଡଳ, ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସଚେତନତା ବାର୍ତ୍ତା କୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମ ରେ ପରିବେଷଣ କରାଯାଇଥିଲା । ଏବିଇଓ ସାରଥୀ କହଁର, ଧନେଶ୍ଵର ଖୁଣ୍ଟିଆ ଓ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ପ୍ରଧାନ ଶିକ୍ଷକ ମାନେ ପରିଚାଳନା ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ