ଦରମା ନ ଦେବାରୁ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାଖଲ

ବାଲେଶ୍ଵର, (ସରୋଜ ପଣ୍ଡା):ଶ୍ରୀଧର ବେହେର। ଆଜନ୍ମ ଦୃଷ୍ଟିବାଧିତ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ ଭାବରେ ରାଣୀ ପାଟଣା ଦୃଷ୍ଟିହୀନ ବିଦ୍ୟାଳୟରେ ୨୦୨୩ ଫେବୃଆରୀ ମାସରୁ କାର୍ଯ୍ୟ କରି ମାର୍ଚ୍ଚ ମାସ ରେ ଦରମା ବାବଦକୁ ବ୍ୟାଙ୍କ୍ ଜରିଆରେ ୩୦୦୦ ଟଙ୍କା ଗ୍ରହଣ କରିଥିଲେ। ତା ୨୮/୩/୨୩ ରିଖ ରୁ ୱେଲଫେୟାର ଠାରୁ ଜିଲ୍ଲାପାଳ ପରିଚାଳନା ଭାର ବାହାର କରି ଗୋପମୂଦ୍ରା ମହାପାତ୍ର ଙ୍କ ଦ୍ଵାରା ପରଚାଳିତ ବିକଳାଙ୍ଗ କଲ୍ୟାଣ ପ୍ରତିଷ୍ଠାନ କୁ ପ୍ରଦାନ କରି ଥିଲେ। ଫଳରେ ପୂର୍ବ ରାଗ ପାଇଁ ଗୋପମୂଦ୍ରା ମହାପାତ୍ର ଶ୍ରୀଧର ବେହେରା କୁ ମାର୍ଚ୍ଚ ମାସ ଠାରୁ ଦରମା ଦେଲେ ନାହିଁକି ସ୍କୁଲରେ ରହିବାକୁ ପୂର୍ବପରି ଦେଲେ ନାହିଁ । ଉକ୍ତ ବିଷୟ ଜିଲ୍ଲା ପ୍ରଶାସନ କୁ ଜଣାଇ ବିଫଳ ହେବା ରୁ ବାଧ୍ୟ ହୋଇ ଦୃଷ୍ଟିହୀନ ଶିକ୍ଷକ ଶ୍ରୀଧର ମାନ୍ୟବର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦରମା ନା ପାଇବ ଅଭିଯୋଗ କରିଥିଲେ। ମାନ୍ୟବର ରାଜ୍ୟ ମାନବାଧିକାର କମିଶନ ତାଙ୍କ କେସ ନମ୍ବର ୨୦୨୯/୨୩ ତା ୧୦/୮/୨୩ ରିଖ ଆଦେଶ ବଳ ରେ ଆସନ୍ତା ୩୧/୧୦/୨୩ ରିଖ ଧାର୍ଯ୍ୟ ତାରିଖରେ ତଥ୍ୟ ପ୍ରଦାନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ନୋଟିସ ଜାରି କରିଛନ୍ତି। ଯାହେଉ ଶେଷରେ ମାନବାଧିକାର କମିଶନ ଦୃଷ୍ଟିହୀନ ଶ୍ରୀଧର ବେହେରା ର ଗୁହାରି ବିଚାର ପାଇଁ ଗ୍ରହଣ କରିଛନ୍ତି। ଦେଖିବାକୁ ବାକି ରହିଲ। ଶ୍ରୀଧର କେବେ ତାର ବେତନ ପାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ