ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାମାନଙ୍କ ଦ୍ୱିତୀୟ ବିବାହ ପାଇଁ ପାର୍ଲାମେଣ୍ଟରେ ବିଲ୍ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତାପ ସାହୁଙ୍କ ଚିଠି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାରା ଭାରତବର୍ଷରେ ଦିନକୁ ଦିନ ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାଫଳରେ ଏହି ମହିଳାମାନେ ନିଜକୁ ସୁରକ୍ଷିତ ମଣୁନଥିବା ବେଳେ ସେମାନେ ଓ ସେମାନଙ୍କ ସନ୍ତାନମାନେ ବହୁ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସେମାନଙ୍କୁ ସାହା ଭରଷା ହେବା ପାଇଁ ଦ୍ୱିତୀୟ ବିବାହର ଆବଶ୍ୟକତା ରହିଛି । ଆମ ଦେଶର ଆଇନ, ସାମାଜିକ ଲଜ୍ଜା, ପୁରୁଷ ପ୍ରଧାନଦେଶରେ ଦ୍ୱିତୀୟ ବିବାହ କରିବା ପାଇଁ ବାରଣ କରାଯାଇଛି । କିନ୍ତୁ ସେମାନଙ୍କ ପୋଟ ପୋଷିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ଦ୍ୱିତୀୟ ବିବାହ ନିହାତି ଅପରିହାର୍ଯ୍ୟ ଅଟେ ।କେନ୍ଦ୍ର ସରକାର ଏହି ବର୍ଗର ମହିଳାମାନଙ୍କ ପାଇଁ ଲୋକସଭା ଓ ରାଜ୍ୟସଭା ସମେତ ପ୍ରତ୍ୟେକ ରାଜ୍ୟର ବିଧାନସଭାରେ ଦ୍ୱିତୀୟ ବିବାହ ପ୍ରଥାକୁ ଆଇନ ସମ୍ମତ କରାଇ ପାର୍ଲମେଣ୍ଟରେ ବିଲ୍ ପାସ୍ କରାଇଲେ ଏମାନଙ୍କ ବିବାହ ସହଜ ହୋଇପାରିବ । ଏବେ ବି ଆମ ଦେଶରେ ବହୁ ରାଜ୍ୟଗୁଡ଼ିକରେ ସତୀଦାହ ପ୍ରଥା ପ୍ରଚଳିତ ହେଉଥିଲେ ମଧ୍ୟ ଆମ୍ଭେମାନେ ତାହାକୁ ବିରୋଧ କରୁଅଛୁ । ସତୀଦାହ ପ୍ରଥା ଏକ ଘୃଣ୍ୟ ପରିମ୍ପରା ଅଟେ । ସତୀଦାହ ପ୍ରଥାକୁ ପ୍ରଥମ କରି ଇଂରେଜମାନେ ବିରୋଧ କରି ଆସୁଥିଲେ । ଏହିସବୁ ବିଷୟକୁ ଲକ୍ଷ୍ୟ କଲେ ଆମ ଦେଶ ଭାରତବର୍ଷ ଆପଣଙ୍କ ସମୟରେ ଯଦି ପାର୍ଲାମେଣ୍ଟରେ ଏହି ଦ୍ୱିତୀୟ ବିବାହ ଆଇନ ଅଣାଯାଆନ୍ତା, ତେବେ ଆମ ଦେଶର କୋଟି କୋଟି ମହିଳା ଦ୍ୱିତୀୟ ବିବାହ କରିବା ସହ ସାମାଜିକ ଲାଞ୍ଛନାରୁ ମୁକ୍ତି ମିଳନ୍ତା ଏବଂ ସାଧାରଣ ବିବାହିତା ମହିଳାଙ୍କ ଭଳି ଏହି ମହିଳାମାନେ ସମାଜରେ ମର୍ଯ୍ୟାଦାର ସହିତ ଜୀବନ ଯାପନ କରିପାରିବେ । ଏଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଆଇନ ଆଣି ସାରା ବିଶ୍ୱରେ ଏକ ଐତିହାସିକ ପଦକ୍ଷେପ ନେବା ସହ କୋଟି କୋଟି ମହିଳାଙ୍କ ଜୀବନ ରକ୍ଷା କରିବାକୁ ବିଶିଷ୍ଟ ସମାଜସେବୀ ପ୍ରତାପ କୁମାର ସାହୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି । ଯେଉଁଭଳି ଭାବରେ ଅନୁସୂଚିତ ଜାତି ଓ ଜନଜାତି ମହିଳାମାନଙ୍କ ଅନ୍ୟ ଜାତିରେ ବିବାହ ପାଇଁ ପ୍ରୋତ୍ସାହନ ରାଶି ଦିଆଯାଉଛି, ସେହିଭଳି ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ବିବାହ ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦେଲେ ବହୁ ଯୁବକ ଏମାନଙ୍କୁ ବିବାହ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ଶ୍ରୀଯୁକ୍ତ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ