୭୮ ବର୍ଷ ହେଲା ଅଣାରେ ଚାଲିଛି ଶାରଦୀୟ ଦୁର୍ଗାପୂଜା
ହାଟଡିହି, (ବିକାଶ ବିଶ୍ୱାଳ ) : ବ୍ଲକ ଅଣା ଗ୍ରାମରେ ଶରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି । ସ୍ୱର୍ଗତ ଦାମୋଦର ମଲ୍ଲିକଙ୍କ ଉଦ୍ୟମରେ ୭୮ବର୍ଷ ପୁର୍ବେ ଏହି ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ମାଙ୍କ ପୂଜା ମହା ଆଡମ୍ବର ସହକାରେ ଆରମ୍ଭ କରାଯାଇ ଗତକାଲି ବିଲ୍ୱାଧିବାସ କରାଯାଇଥିବାବେଳେ ଆଜି ସକାଳେ ନିକଟସ୍ଥ ପୋଖରୀରୁ ଘଟ୍ଟୋତ୍ତଳନ କରାଯିବା ପରେ ମହାସପ୍ତମୀ ପୂଜା କରାଯାଉଛି । ପଣ୍ଡିତ ଉମାକାନ୍ତ ପଣ୍ଡା, ମଙ୍ଗୁଳି ଚରଣ ପଣ୍ଡାଙ୍କ ଦ୍ୱାରା ବେଦମନ୍ତ୍ରରେ ମାଙ୍କ ପୂଜା କରୁଥିବାବେଳେ ଆସନ୍ତାକାଲି ମହାଷ୍ଟମୀ ପୂଜା, ସନ୍ଧି ପୂଜା ଆଦି କରାଯିବା ସହିତ ସୋମବାର ନବମୀପୂଜା, ବଳିଦାନ ଆଦି କରାଯିବ । ଏଥିପାଇଁ ଶହଶହ ଶ୍ରଦ୍ଧାଳୁ ଓ ବ୍ରତଧାରୀ ମାନେ ସାମିଲ ହୋଇ ମାନସିକ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ପିତାମ୍ବର ମଲ୍ଲିକ ଓ ପରମେଶ୍ୱର ମଲ୍ଲିକ, ପ୍ରଭାକର ମଲ୍ଲିକ, କନକ ମଲ୍ଲିକ, ସବିତା ମଲ୍ଲିକ, ସ୍ୱାଗତିକା ମଲ୍ଲିକ ପ୍ରମୁଖ କର୍ତ୍ତାଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ପଣ୍ଡିତ ଉମାକାନ୍ତ ପଣ୍ଡା, ମଙ୍ଗୁଳି ଚରଣ ପଣ୍ଡାଙ୍କ ଦ୍ୱାରା ବେଦମନ୍ତ୍ରରେ ମାଙ୍କ ପୂଜା କରୁଥିବାବେଳେ ମନୋଜ ମଞ୍ଜରୀ ମଲ୍ଲିକ, ହରେକୃଷ୍ଣ ବେହେରା, ବୈଷ୍ଣବ ମଲ୍ଲିକ, ମହେଶ୍ୱର ମଲ୍ଲିକ, ଶୁଭଲକ୍ଷ୍ମୀ ମଲ୍ଲିକ, ମାତୃପ୍ରସାଦ ମଲ୍ଲିକ, ସ୍ୱାଗତ ମଲ୍ଲିକ, ସାଇପ୍ରସାଦ ମଲ୍ଲିକ, ଆଦିତ୍ୟ ମଲ୍ଲିକ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଥିବାବେଳେ ସମସ୍ତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।


