ମା ମଙ୍ଗଳା ଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଚାଲିଛି ଶାରଦୀୟ ପାର୍ବଣ ପୂଜା ବା ଷୋଳପୂଜା । ଆଜି ସପ୍ତମୀ ତିଥି ହୋଇଥିବାରୁ ପାରମ୍ପରିକ ପ୍ରଥାନୁସାରେ ମା ଙ୍କୁ ପ୍ରସିଦ୍ଧ ସିଂହବାହିନୀ ବେଶ ରେ ସଜ୍ଜିତ କରାଯାଇଛି। ପୂର୍ବରୁ ମା ଙ୍କୁ ପାଦପଦ୍ମ , ଭୁଜ , ଧନୁ, ତୀର, କମାଣ ପ୍ରଭୁତି ଅସ୍ତ୍ରଶସ୍ତ୍ର ଲାଗି କରାଯାଇଥିଲା। ଆଜି ଷୋଡ଼ଶ ଉପଚାର ପୂଜାପଣ୍ଡା ସଞ୍ଜୟ କୁମାର ଦିକ୍ଷୀତ, ପୂଜା ପଣ୍ଡା ସୁବାସ ଚନ୍ଦ୍ର ପାଢ଼ୀ, ପାଳିଆ ସେବକ କୃଷ୍ଣ ଚନ୍ଦ୍ର ଦିକ୍ଷୀତ ପ୍ରମୁଖ ମା ଙ୍କୁ ସିଂହ ବାହିନୀ ବେଶ ରେ ସଜ୍ଜିତ କରିବା ସହିତ ମା ଙ୍କ ପୂଜା ନୀତି ଅନୁଷ୍ଠିତ କରିଥିଲେ। ସେମାନଙ୍କୁ ପୂଜା ପଣ୍ଡା ନରେଶ କୁମାର ଦିକ୍ଷୀତ, ହେମନ୍ତ ପାଢୀ, ରଘୁନାଥ ଦିକ୍ଷୀତ ପ୍ରମୁଖ ସହାୟତା କରିଥିଲେ।କାଠ ରେ ନିର୍ମିତ ଏକ ସିଂହ କୁ ମା ଙ୍କ ପାଦ ପାଖରେ ଏପରି ଲାଗି କରାଯାଇଛି ଯେ, ଦେଖିଲେ ଲାଗୁଛି ମା ସିଂହ ଉପରେ ବିରାଜ ମାନ କରିଛନ୍ତି। ମା ଙ୍କ ଏହି ପ୍ରସିଦ୍ଧ ବେଶ କୁ ଦର୍ଶନ କରିବାକୁ ଆଜିସଂଧ୍ୟା ରୁ ସ୍ଥାନୀୟ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ଼ ଲାଗିଛି । ବିଶ୍ୱାସ ରହିଛି ଯେ, ସିଂହ ବାହିନୀ ମା ମଙ୍ଗଳା ଙ୍କ ନିକଟରେ ଯାହା ମାନସିକ କରାଯାଇଥାଏ ତାହା ମା ଙ୍କ ଆଶ୍ରିବାଦ ରୁ ଖୁବ ଶୀଘ୍ର ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ମାତୃ ଭକ୍ତଙ୍କ ସମାଗମ ରେ ଉତ୍ସବ ମୁଖର ହୋଇଉଠିଛି କାକଟପୁର ଅଞ୍ଚଳ। ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମା ଙ୍କ ପୂଜା ନିତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ସୌଜନ୍ୟ ରୁ ମନ୍ଦିର ସମ୍ମୁଖରେ ସେବକ ପ୍ରଦୀପ ପଣ୍ଡା ଙ୍କ ତତ୍ବାବଧାନରେ ଭଜନ ସମାରୋହ ଅନୁଷ୍ଠିତ ହେଉଛି। ସଂଧ୍ୟା ରୁ ସମଗ୍ର କାକଟପୁର ଅଂଚଳ ଲୋକାରଣ୍ୟ ହୋଇପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ