ରାଇରଙ୍ଗପୁର ଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ବାମନଘାଟି ଉପଖଣ୍ଡ ରେ ଚଳିତ ପାର୍ବଣ ଋତୁ ରେ ମହାମାୟୀ ମା ଦୁର୍ଗା, ମା ଲକ୍ଷ୍ମୀ, ମା କାଳୀ ଙ୍କ ପୂଜା ଓ ବିସର୍ଜନ ଉତ୍ସବ କୁ ଶାନ୍ତି ଶୃଙ୍ଖଳା ସହିତ ପାଳନ ନିମନ୍ତେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଅପରାହ୍ନ ତିନି ଘଟିକା ସମୟରେ ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ଙ୍କ ଅଧ୍ୟକ୍ଷତା ରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି.ଉକ୍ତ ବୈଠକ ରେ ରାଇରଙ୍ଗପୁର ପୌରପାଳିକା ର ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ, ଉପଖଣ୍ଡ ଚିକିତ୍ସାଧିକାରୀ, ଉପଖଣ୍ଡ ପୋଲିସ ଅଧିକାରୀ, ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଟାଟା ପାୱାର କତୃପକ୍ଷ, ୱାଟକୋ କତୃପକ୍ଷ, ପୌରପରିଷଦ କତୃପକ୍ଷ, ଅଗ୍ନିଶମ ଅଧିକାରୀ ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବିଭିନ୍ନ ପୂଜା କମିଟି ର ସଭାପତି, ସମ୍ପାଦକ ଓ ସଦସ୍ୟବୃନ୍ଦ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ. ପ୍ରାରମ୍ଭ ରେ ଉପଜିଲ୍ଲାପାଳ ବୈଠକ ରେ ଉପସ୍ଥିତ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇ ସ୍ୱାଗତ କରିଥିଲେ ଏବଂ ଉକ୍ତ ବୈଠକର ମୁଖ୍ୟ ଉଦେଶ୍ୟ ସମ୍ପର୍କ ରେ ପ୍ରକାଶ କରିଥିଲେ.ବୈଠକ ରେ ସମସ୍ତ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନା ତଥା ସମସ୍ତ ଦିଗ ପ୍ରତି ଦୃଷ୍ଟି ରଖି ସର୍ବ ସମ୍ମତି କ୍ରମେ ଶାନ୍ତି ଶୃଙ୍ଖଳା ସହିତ ପାର୍ବଣ କୁ ପାଳନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରଙ୍କୁ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ ପାଇଁ ନିଷ୍ପତ୍ତି ନିଆଗଲା.ପୂଜା ସମୟରେ ଟ୍ରାଫିକ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୂଜା ମଣ୍ଡପ ନିକଟରେ ତଥା ସହର ରେ ଆବଶ୍ୟକ ସଂଖ୍ୟକ ପୋଲିସ ମୃତୟନ ପାଇଁ ପୋଲିସ ବିଭାଗ କୁ, ପୂଜା ପୂର୍ବରୁ ରାସ୍ତାଘାଟ ମରାମତି,ପୂଜା ସମୟରେ ପାନୀୟ ଜଳ ଯୋଗାଣ, ସହର ରେ ଉପଯୁକ୍ତ ଆଲୋକୀକରଣ, ପରିଷ୍କାର ପରିଚ୍ଛନ୍ନ,ପଚା ସଢ଼ା ଅସ୍ୱାସ୍ଥ୍ୟକର ଖାଦ୍ୟ ଦ୍ରବ୍ୟ ବିକ୍ରୟକୁ ନିଷେଧ କରିବା ସହ ଏହାର ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରିବା ପାଇଁ ପୌରପାଳିକାକୁ ଦାୟିତ୍ୱ ଦିଆଯାଇଛି.ସେହିପରି ପୂଜା ସମୟରେ ନିରବିଛିନ୍ନ ବିଦ୍ୟୁତ ସରlବରାହ ଯୋଗାଇଦେବା ତଥା ପୂଜା କମିଟି ମାନଙ୍କୁ ଆବଶ୍ୟକୀୟ ବୈଦ୍ୟୁତିକ ପ୍ରମାଣ ପତ୍ର ଯୋଗାଇଦେବା ପାଇଁ ଟିପିଏନଓଡିଏଲ କୁ ନିର୍ଦେଶ ଦିଆଯାଇଛି.ସେହିପରି ପୂଜା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ର ରେ ସବୁ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ ରଖିବା ପାଇଁ ଉପଖଣ୍ଡ ଚିକିତ୍ସାଧିକାରୀ ଙ୍କୁ ପରାମର୍ଶ ଦିଆଯାଇଛି. ସେହିପରି ପୂଜା ମଣ୍ଡପ ଗୁଡିକ ନିକଟରେ ପାନୀୟ ଜଳ ଟାଙ୍କି ଯୋଗାଇବା ପାଇଁ ୱାଟକୋ କତୃପକ୍ଷଙ୍କୁ ଅନୁରୋଧ କରାଯାଇଛି. ସେହିପରି ପୂଜା ସମୟରେ ମଦ ଓ ମାଦକ ଦ୍ରବ୍ୟ ବିକ୍ରି କୁ ସମ୍ପୂର୍ଣ୍ଣ ନିଷେଧ କରାଇବା ପାଇଁ ଅବକାରୀ କତୃପକ୍ଷ ଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅଗ୍ନିଶମ ଅଧିକାରୀ ଙ୍କୁ ଆବଶ୍ୟକ ପରିମାଣ ର ଅଗ୍ନିନିର୍ବାପକ ଉପକରଣ ପ୍ରସ୍ତୁତ ରଖିବା ଓ ପୂଜା କମିଟି ମାନଙ୍କୁ ଅଗ୍ନିନିରାପଦ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ପରାମର୍ଶ ଦିଆଯାଇଛି.ସର୍ବୋପରି ଭକ୍ତ, ଶ୍ରଦ୍ଧାଳୁ ତଥା ଜନସାଧାରଣ ଙ୍କ ହିତ ଦୃଷ୍ଟି ରୁ ପୂଜା କମିଟି ମାନେ ସରକାରଙ୍କ ସମସ୍ତ ନିୟମ ନୀତି କୁ ଅନୁପାଳନ କରି ଦେବଦେବୀ ଙ୍କ ପୂଜା, ନୀତିକାନ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣି ଉତ୍ସବ କୁ ବ୍ୟବସ୍ଥିତ ଢଙ୍ଗରେ ଆୟୋଜନ କରିବା ପାଇଁ ଉପଜିଲ୍ଲାପାଳ ପୂଜା କମିଟି ର କର୍ମକର୍ତ୍ତା ମାନଙ୍କ ସହଯୋଗ କାମନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ