ଘରକୁ ଫେରିବା ବେଳେ ଯୁବ ବ୍ୟବସାୟୀଙ୍କୁ ହତ୍ୟା
ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ଥାନା ଅନ୍ତର୍ଗତ କରଚୁଲି ଗ୍ରାମର ଯୁବ ବ୍ୟବସାୟୀ ସୁଶାନ୍ତ ପାତ୍ରଙ୍କୁ ଅକ୍ଟୋବର ୨୬ ତାରିଖ ରାତ୍ରରେ ହତ୍ୟା କରାଯାଇଥିବା ଜଣାପଡିଛି। କରଚୁଲି ଗ୍ରାମର ସୁଶାନ୍ତ ପାତ୍ର ନିକଟସ୍ଥ କିରିଆମ୍ବା ଗ୍ରାମରେ ଏକ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ସେ ଗତ ରାତିରେ କିରିଆମ୍ବା ଗ୍ରାମରୁ ନିଜ ଗ୍ରାମ କରଚୁଲିକୁ ଫେରୁଥିବା ବେଳେ କିଛି ଦୁର୍ବୃତ ଆକ୍ରମଣ କରି ହତ୍ଯା କରିଥିବା ଜଣାପଡିଛି। କିରିଆମ୍ବା ଜଙ୍ଗଲ ରାସ୍ତାରେ ସୁଶାନ୍ତଙ୍କ କ୍ଷତାକ୍ତ ଶରୀର ଓ ବାଇକ ପଡ଼ିଥିଲା । ଖବର ପାଇ ପରିବାର ଲୋକେ ଆହତ ସୁଶାନ୍ତଙ୍କୁ ବୁଗୁଡା ମେଡିକାଲକୁ ରାତ୍ର ପ୍ରାୟ ୨ ଘଣ୍ଟା ସମୟରେ ଆଣିଥିଲେ। ମେଡ଼ିକାଲରେ ଡାକ୍ତର ସୁଶାନ୍ତ ପାତ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରିବାର ପକ୍ଷରୁ ବୁଗୁଡା ଥାନାରେ ଏକ ହତ୍ୟା ଅଭିଯୋଗ ଦେବାପରେ ବୁଗୁଡା ପୋଲିସ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁଶାନ୍ତଙ୍କ ମୁତ୍ଯୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପ୍ରକାଶ କରିଛନ୍ତି।


