ଶ୍ରୀଶ୍ରୀଶ୍ରୀ ବଳଦେବ ସ୍ୱାମୀ ଘରୋଇ ବସ ମାଲିକ ସଙ୍ଘ କର୍ମକର୍ତ୍ତା ନିର୍ବାଚନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ଶ୍ରୀଶ୍ରୀଶ୍ରୀ ବଳଦେବ ସ୍ୱାମୀ ଘରୋଇ ବସ ମାଲିକ ସଙ୍ଘ ର ସାଧାରଣ ବୈଠକ ଅକ୍ଟୋବର ୨୭ ତାରିଖ ଦିନ ବୁଦ୍ଧଖୋଲ ବଙ୍ଗଳା ଗୃହରେ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି। ଏହି କର୍ମକର୍ତ୍ତା ନିର୍ବାଚନ ସମ୍ମିଳନୀରେ ପୂର୍ଣ୍ଣଚନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିଲେ। ସର୍ବସମ୍ମତି କ୍ରମେ ସଭାପତି ଭାବେ କେ.ତ୍ରିଲୋଚନ ଦୋରା, ଉପସଭାପତି ଭାବେ ଶିବରାମ ପ୍ରଧାନ, ସମ୍ପାଦକ ଭାବେ ଚିତ୍ତରଞ୍ଜନ ନାୟକ, ସହସମ୍ପାଦକ ଭାବେ ସୁରଥ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ସୁଦର୍ଶନ ନାୟକ, ଆଇନ ପରାମର୍ଶ ଦାତା ଆଡଭୋକେଟ ରବୀନ୍ଦ୍ର କୁମାର ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସନ୍ତୋଷ କୁମାର ରାୟଗୁରୁ, କୈଳାଶ ଚନ୍ଦ୍ର ମିଶ୍ର, ପ୍ରମୋଦ କୁମାର ସାହୁ, ଓ ସୂର୍ଯ୍ୟନାରାୟଣ ମିଶ୍ର ନିର୍ବାଚିତ ହୋଇଥିଲେ। ଏହା ପରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ଆସିକା ବସ ମାଲିକ ସଙ୍ଘ ସଭାପତି ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ସମ୍ପାଦକ ସନ୍ତୋଷ କୁମାର ପୋଲାଇ ଙ୍କ ସମେତ ଭୁବନେଶ୍ୱର, ଭଞ୍ଜନଗର, ନୟାଗଡ଼ ପ୍ରଭୃତି ବସ ମାଲିକ ସଙ୍ଘ କର୍ମକର୍ତ୍ତା ବୃନ୍ଦ ଯୋଗଦେଇ ଥିଲେ। ବୁଗୁଡା ଜୋନର ବସ ମାଲିକ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ