କେନାଲରୁ ଷଣ୍ଢ ଉଦ୍ଧାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଂଚାୟତ ବଣ ସାହି ନିକଟସ୍ଥ ହାଇଲେବୁଲ କେନାଲରୁ ଆଜି ୩ଗୋଟି ଷଣ୍ଢକୁ ଉଦ୍ଧାର କରାଯାଇଛି। କେନାଲ ପାର୍ଶ୍ୱ ଚାଷ ଜମିରେ ଷଣ୍ଢ ଗୁଡିକ ସାମାନ୍ୟ ଚାରଣ କରୁଥିବା ବେଳେ ଅମାନୁଷିକ ଵ୍ୟକ୍ତି ମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏପରିକି ଷଣ୍ଢ ତିନୋଟିକୁ ଭରା ପାଣି ଥିବା କେନାଲର କଳମ ଵଣକୁ ଘୋଉଡାଇ ଦେଇଥିଲେ।ବୃଷଭ ମାନେ ପାଣିଭରା କଳମ ଵଣରେ ପଡି କିଛି ସମୟ ଛଟପଟ ହୋଇଥିଲେ।ଖବର ପାଇ ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଷଣ୍ଢ ୩ଟିକୁ ଉଦ୍ଧାର କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ