ଦେବୀ ମୁହାଁଣକୁ ମାଛ ଧରିବାକୁ ଯାଇ ଧୀବର ମୃତ

ନିମାପଡା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣକୁ ମାଛ ଧରିବାକୁ ଯାଇଥିବା ନୂଆ କାଳିଆ କଣର ଜଣେ ଧୀବର ଡଙ୍ଗାରୁ ଖସିପଡି ଗୁରୁତ୍ୱର ହୋଇ ମେଡିକାଲ ଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ତାଙ୍କ ନାମ ପୀତବାସ ବେହେରା (୫୮)ଓ ତାଙ୍କ ଘର ନଗର ପଞ୍ଚାୟତ ର ନୂଆ କାଳିଆକଣ। ସୋମବାର ଅପରାହ୍ନ ରେ ନୂଆକାଳିଆକଣରୁ ୫ ଜଣ ମାଛ ଧରିବାକୁ ଦେବୀନଦୀ ମୁହାଁଣ କୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପୀତବାସ ବେହେରା ନାମକ ଜଣେ ଧୀବର ଡଙ୍ଗାରୁ ଗଳି ପଡି ନିଖୋଜ ହୋଇଯାଇଥିଲେ । ସାଥିରେ ଯାଇଥିବା ଅନ୍ୟମତ୍ସ୍ୟଜୀବୀ ମାନେ ଖୋଜାଖୋଜି କରି କିଛି ସମୟ ପରେ ପୀତବାସ ଙ୍କୁ ଅଚେତ ଅବସ୍ଥା ରେ ପାଇଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ଚାରିଛକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ବି ତାଙ୍କ ଅବସ୍ଥା ଗୁରୁତର ରହିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇ ଥିଲା ।କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ସମଗ୍ର ଅସ୍ତରଙ୍ଗ ଅଞ୍ଚଳ ରେ ଶୋକ ର ଛାୟା ଖେଳାଇଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ