ଦିଵ୍ୟାଗଂ ଙ୍କୁ ଉପକରଣ ବଣ୍ଟନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଦୁଇ ଜଣ ଭିନ୍ନକ୍ଷମ ଙ୍କୁ ଉପକରଣ ବଣ୍ଟନ କରାଯାଇଛି।ସାମାଜିକ ସୁରକ୍ଷା ବିଭାଗ ଅଧିକାରୀଣୀ ସାନ୍ତ୍ବନା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଓ ବିଡିଓ ଦେବଦତ୍ତ ଦାଶ ଉପସ୍ଥିତ ରହି ଉପକରଣ ପ୍ରଦାନ କରିଥିଲେ।ବିଭାଗ ପକ୍ଷରୁ ଵୟାଁଵନାପୁର ପଂଚାୟତର ଵିଜୟ ଦାସ ଓ ତେସିଙ୍ଗା ପଞ୍ଚାୟତର ରଘୁନାଥ ସ୍ବାଇଁଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ଧନେଶ୍ୱର ଖୁଣ୍ଟିଆ, ସସ୍ମିତା ସେଠୀ, ରଶ୍ମିତା ପାଢ଼ୀ, ସୁଧାଂଶୁ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।