ନବ ନିର୍ମାଣ କୃଷକ ସଙ୍ଗଠନ ସମାବେଶ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଚନ୍ଦ୍ରଭାନୁପୁର ପଡିଆ ଠାରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମୋ ଦଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ କୃଷକ ସଙ୍ଗଠନ ଏବେ ମୋ ଦଳ ନାମରେ ନାମିତ ହୋଇଥିବା ବେଳେ ଆସନ୍ତା ବର୍ଷ ଏହା ନିର୍ବାଚନ ମଇଦାନକୁ ଓଲ୍ହାଇବ ବୋଲି ଜଣାଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମୋ ଦଳର ରାଜ୍ୟ ଶାଖା ସମ୍ପାଦକ ଉମାକାନ୍ତ ରାଉତ ଯୋଗଦେଇ ସରକାରଙ୍କ ଚାଷୀ ବିରୋଧୀ ନୀତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ଗୌରହରି ନାୟକ, ଜିଲ୍ଲା ଯୁବ ସଭାପତି ପ୍ରଭାତ ମହାଳିକ, ସୀତାକାନ୍ତ ସାହୁ, ରବୀନ୍ଦ୍ର ପଣ୍ଡା, ନର ବାରିକ, ନିରାକାର ରାଉତ, ସନ୍ତୋଷ ଭାରତୀ, ଉମେଶ ପାତ୍ର, ଯୋଗେନ୍ଦ୍ର ନାୟକ, ଅଶୋକ ଶଙ୍ଖୁଆ, ହୃଷିକେଶ ଜେନା, ଭାଗବତ ସାହୁ, ପ୍ରଦୀପ କିଶୋର ବାରିକ, ବିବେକାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ବ୍ଲକ ଅଞ୍ଚଳର ଚାଷୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ