ଗଜପତିର ମୋହନା ବ୍ଲକରେ ଧାନକ୍ଷେତରେ ଗୋରୁ ଚରାଇଲେ ଚାଷୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗତ ଅକ୍ଟବର ମାସ ଠାରୁ ବର୍ତ୍ତମାନ ସୁଦ୍ଧା ଚଳିତ ବର୍ଷ ପାଇଁ ଗଜପତି ଜିଲ୍ଲାରେ ବହୁ କମପରିମାଣରେ ବର୍ଷା ହେବା ଗଜପତି ଜିଲ୍ଲାର ମୋହନା ବ୍ଲକରେ ଭୟଙ୍କର ମରୁଡି ଆଶଙ୍କା ଦେଖା ଦେଇଛି. ଅନେକ ସ୍ଥାନରେ ଚାଷ ଜମି ଶୁଖୀ ଫାଟି ଆଁ ହୋଇ ରହିଥିବା ବେଳେ ଧାନ ଫସଲ ସମ୍ପର୍ଣ ଭାବେ ଉଜୁଡି ଯାଇଛି. ଏନେଇ ଚାଷୀମାନେ ମୁଣ୍ଡରେ ହାତ ମାରି ବସିଛନ୍ତି. ଉଜୁଡି ଯାଇଥିବା ଧାନ ଫସଲ କ୍ଷେତରେ ବର୍ତ୍ତମାନ ଅତ୍ୟନ୍ତ ଦୁଃଖରେ ଚାଷୀମାନେ ସେମାନଙ୍କ ଗୋରୁଗାଇକୁ ଚାରାଇବା ପାଇଁ ଛାଡି ଦେଇଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲାରେ ମରୁଡ଼ିର ପରିସ୍ଥିତ ଦେଖିବାକୁ ମିଳିଛି। ଜମି ଫାଟି ଆଁ କଲାଣି। ଚାଷୀ ଏବେ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛି। ବର୍ଷାଭାବ ଯୋଗୁଏପରି ସ୍ଥିତି ଉପୁଜିଥିଲେ ମଧ୍ୟ ପ୍ରଶାସନର ଉଦାସୀନତା ମନୋଭାବ ପରିଲକ୍ଷିତ ହେଉଥୁବା ଚାଷୀମାନେ ଅଭିଯୋଗକରିଛନ୍ତି। ଜଳସେଚନ ବିଭାଗ ଜିଲାର ବିଭିନ୍ନ ଜଳଗସ ଗୁଡିକର ମରାମତି ନକରିବା ଫଳରେ ଚାଷୀ ପାଣି ନ ପାଇହନ୍ତସନ୍ତ ହେଇଥିବା ଅଭିଯୋଗ କରିଛନ୍ତି ।ଏବେ ଧାନ ଗର୍ଭଧାରଣ ସମୟରେଜମି ଫାଟି ଆଁ କରିଛି। ଗତ ତିନି ମାସହେଲା ଅଭାବ ଦୃଷ୍ଟି ଚାଷୀଙ୍କୁ ସଙ୍କଟକୁଠେକିଦେଇଛି । ସବୁବେଳେ ଅକ୍ଟୋବରମାସରେ ଶେଷ ବର୍ଷା ହୋଇଥାଏ, ଯାହାଧାନର ଗର୍ଭଧରିବା ଠାରୁ ଅମଳ ପର୍ଯ୍ୟନ୍ତପାଣି ଯୋଗାଇ ଥାଏ । କିନ୍ତୁ ଚଳିତ ବର୍ଷଅଗଷ୍ଟ ପ୍ରଥମ ସପ୍ତାହ ପରଠାରୁ ଆଇବର୍ଷାର ଦେଖାନାହିଁ । ଅଧିକାଂଶ ଜମିରେଧାନ ଗଛ ଶୁମ୍ ନଷ୍ଟ ହେଇ ସାରିଲାଣି।ମୋହନା ବ୍ଲକ କେଶରା ଗାଁରେ ନିଆଁଣିଆବର୍ଷା ଯୋଗୁଁ ହେକ୍ଟର ହେକ୍ଟର ଧାନଫସଲ ନଷ୍ଟ ହୋଇଯାଇଛି। କେଶରୀ ଗାଁର ଭଞ୍ଜ କମାର ଲ୍ୟାମ୍ପ ସଂସ୍ଥାରୁ ୩୦ ହଜାର ଟଙ୍କା ଋଣ ନେଇ ୩ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ନିଅଣ୍ଟିଆ ବର୍ଷା ଯୋଗୁଁ ଜମି ଫାଟି ଆଁ କରିଥିବା ବେଳେ ଧାନ ଫସଲ ସବୁ ପୋଡ଼ି ନଷ୍ଟ ହୋଇଯାଇଛି । ଫଳରେ ବାଧ୍ୟ ହୋଇ ଧାନ କ୍ଷେତରେ ଗାଈ ଚରାଇ ଦେଇଥିଲେ । ସେହିପରି ଗାଁର ବେଞ୍ଜାମିନ ମଲ୍ଲିକଙ୍କ ୪ ଏକର, ଜେରାଖାଲ ଗାଁର ବୃନ୍ଦାବତୀ ନାୟକଙ୍କ ପ୍ରାୟ ୪ ଏକର ଧାନ ଫସଲ ନଷ୍ଟ ହୋଇଯାଇଛି। ବିଭିନ୍ନ ସ୍ଥାନରୁ ଧାର କରଜ କରି ଚାଷ କରିଥିଲେ ଚାଷୀ। ହେଲେ ଏବେ ଗୁଣ ବିଭଳି ପରିଶୋଧ କରିବେ ଓ ପରିବାର କିଭଳି ପତିପୋଷଣ କରିବେ ସେ ନେଇ ଚିନ୍ତାରେ ଚାଷୀକୂଳ। ଜିଲାରେ ଅଗଷ୍ଟ ମାସରେ ୨୫୩.୬ ମିମି ବୃଷ୍ଟିପାତ ହେବାକୁ ଥିବାବେଳେ ହୋଇଛି୧୬୬.୯୬ ମିମି ହୋଇଛି। ୮୬.୬୩ ମିମି କମ ବର୍ଷ ହୋଇଛି। ସେପ୍ଟେମ୍ବରମାସରେ ୨୩୭.୯ ମିମି ବୃଷ୍ଟିପାତ ହେବା ବଦଳରେ ୧୩୬ ମିନି ବର୍ଷ ହୋଇଛି, ଯାହା ସ୍ବାଭାବିକ ଠାରୁ ୧୦୧ ମିନି କମ ବୃଷ୍ଟିପାତ। ଅକ୍ଟୋବର ମାସରେ୧୬୮.୬ ମିମି ବଦଳରେ ୨୧.୨୬ମିନି, ଯାହା ୧୪୭.୩୪ ମିମି କମ ବୃଷ୍ଟିପାତ ହୋଇଥିବା ସୂଚନା ରହିଛି। ଜିଲା୩୯,୦୭୨ ଏକର ଜମି ଜଳସେଚିତ ଓ ୪୪,୪୨୦ ଏକର ଅଣ ଜଳସେଚିତ ଜମି ରହିଛି। ଦୀର୍ଘଦିନ ଧରି ବୃଷ୍ଟିପାତଅଭାବ ଯୋଗୁଁ ଜିଲାର ସମସ୍ତ ଚାଷ ଜମି ଏଥିରେ ପ୍ରଭାବିତ ହୋଇଛି। ଚଳିତ ବର୍ଷ ଜିଲାରେ ୨୬,୬୮୯ ଏକର ଜମିରେ ଧାନ ଚାଷ କରା ଯାଇଛି । ଜିଲ୍ଲାରେ ୧୭ଟିକ୍ଷୁଦ୍ର ଚଳ ସେଚନ ପ୍ରକଳ୍ପ ଚାଷୀଙ୍କୁ ଜଳ ଯୋଗାଇବା ସହ ଆନ୍ଧ୍ର ଚାଷୀଙ୍କୁ ମଧ୍ୟଜଳ ଯୋଗାଇଥାଏ। ତେବେ ବର୍ତ୍ତମାନ ଅଭାବ ବୃଷ୍ଟି ଯୋଗୁ କୌଣସି ପ୍ରକଳ୍ପରେପଣି ନାହିଁ। ଚାଷୀଙ୍କ ସ୍ଥିତିକୁ ଦେଖି ପାରଳାଖେମୁଣ୍ଡି ବିଧାୟକ କେ,ନାରାୟଣ ରାଓ ଗଜପତିକୁ ମନ୍ତ୍ରତି ଘୋଷଣା କରିବାପାଇଁ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି।ଅନ୍ୟପକ୍ଷରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନକରିଛନ୍ତି, ଜିଲା ପ୍ରଶାସନ ପାଖରେ ଏନେଇଖବର ଅଛି । ସମସ୍ତ ଉଠାଜଳସେଚନ ପଏଣ୍ଟ ଓ ବିଦୁ୍ୟତ୍ୟ ବିଭାଗକୁ ସତର୍କ କରାଯାଇଛି। ପରିସ୍ଥିତିରେ ମୁକାବିଲା ପାଇଁ ପ୍ରଶାସନ ପ୍ରୟାସ ଜାରି ରଖୁଛି। ତେବେ ଗତ ୧୫ବର୍ଷ ମଧ୍ୟରେ ଏଭଳି ଅବସ୍ଥାକେବେ ଦେଖାଦେଇନଥିବା ଚାଷୀ ଆଉ, ରମେଶ, କରାଳ ମାଳି, ଗୋପୀନାଥପାତ୍ର, ରଶ୍ମିରଞ୍ଜନ ସାହୁ ପ୍ରମୁଖ କହିଛନ୍ତି।