ପୁରୀରୁ ଆରମ୍ଭ ଜଗତ ଜାଗରଣ ଜନସଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଗକୁ ଘନେଇଆସୁଛି ବଡ ଦୁର୍ଦ୍ଦିନଦାୟକ ମହାବିଭୀଷିକା – ଥରହର କରିଦେବ ତମାମ୍ ଦୁନିଆକୁ । ୨୦୨୩ରେ ଅତି ପ୍ରଳୟଙ୍କର ଘଟଣାମାନ ଘଟିଚାଲିଛି । ପ୍ରାକୃତିକ-ମନୁଷ୍ୟକୃତ ବିପର୍ଯ୍ୟୟରୁ କିଞ୍ôଚତ୍ ହେଲେବି ରକ୍ଷାପାଇବା ପାଇଁ ଜଗତର ନାଥ ଶ୍ରୀଜଗନ୍ନାଥ ଧାମ ପୁରୀରୁ ଶୁଭଶୁକ୍ରବାର ଅକ୍ଟୋବର ୨୭ ତାରିଖରେ ଗଠନ ହେଲା–ଜଗତ ଜାଗରଣ ଜନସଭା । ଶ୍ରୀ ଶିବସୁନ୍ଦର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆବାହକ ଲଲାଟେନ୍ଦୁ ମିଶ୍ର ବର୍ତ୍ତମାନ ଏ ଘୋର କଳିକାଳରେ ଜୀବଜଗତ କିଭଳି ରକ୍ଷାପାଇବ ସେ ସଂପର୍କରେ ଏଇ ଶ୍ରୀକ୍ଷେତ୍ର ଧାମରୁ ଜନଜାଗରଣ ପାଇଁ ଏ ସଂଗଠନ ଆରମ୍ଭ ହୋଇଛି । କେବଳ ଓଡିଶା ନୁହେଁ ସାରାବିଶ୍ୱ ପାଇଁ ବିଶିଷ୍ଟ ଚିନ୍ତାନାୟକ, ଲେଖକ ମାୟାଧର ନାୟକ ଆଲୋଚନା କରି କହିଲେ – ଏ ଜଗତ ସତ୍ୟ ନୁହେଁ – ସବୁ ମିଥ୍ୟା । ମଣିଷ ଏକା ସତ୍ୟ । ଜୀବନ ସତ୍ୟ । ଜୀବନକୁ ବିଶ୍ୱବାସୀଙ୍କ ମଙ୍ଗଳରେ ସମର୍ପଣ କରିବାର ସମୟ ଆସିଯାଇଛି । ୬୦୦ବର୍ଷ ପୂର୍ବରୁ ମହାପୁରୁଷ ଅଚ୍ୟୁତାନନ୍ଦ, ହାଡିଦାସ, ୫୦୦ବର୍ଷ ପୂର୍ବରୁ ନଷ୍ଟାଡମସ୍ ଭବିଷ୍ୟବାଣୀ ଶୁଣାଇଥିଲେ । “ବାଇଶି ପାହାଚେ ଖେଳିବ ମୀନ” ମାଳିକା ବଚନ । ଏବେ ବୈଜ୍ଞାନିକମାନେ ସତର୍କ କରିଦେଲେଣି ୨୦୨୩ରେ ମହାପ୍ରଳୟ, ୨୦୨୪-୨୫ରେ ଘୋର ଅନ୍ଧକାର, ନୂଆନୂଆ ରୋଗ ମାଡିଆସୁଛି । ଲୋକେ ପୋକମାଛିଭଳି ମରିଯିବେ । ସମୁଦ୍ର ଜଳପତନ ବୃଦ୍ଧିପାଇ ପୁରୀ, ଦୀଘା, ବମ୍ବେ, ଚେନ୍ନାଇ ପ୍ରମୁଖ ସମୁଦ୍ରକୁଳିଆ ଅଞ୍ଚଳ ବୁଡିଯିବ । ପ୍ରକୃତିର ପ୍ରଳୟଙ୍କରୀ ପ୍ରତିଶୋଧ ରଙ୍ଗ ବଦଳାଇଦେବ ସାତମହାସାଗର ଜଳ, ବନ୍ଦ ହୋଇଯାଇପାରେ ଇଣ୍ଟରନେଟ୍, ଯୁଦ୍ଧର ବିଭିଷୀକାରେ ହଜାରହଜାର ମଣିଷ କ୍ଷଣିକେ ମୃତ୍ୟୁବରଣ କରିବେ । ଧ୍ୱଂସର ସୂଚନା ଜଣାପଡିଲାଣି । ସଂକଟର ବିକଟ ବିଡମ୍ବନା ଦେଖାଦେଲାଣି । ଆଗକୁ ଭୟଙ୍କର ବିପଦ ଆସୁଛି । ଏ ଜୀବ ଦିନେ ଯିବ । ବର୍ତ୍ତମାନ ସମସ୍ତେ ସତ୍ୟ, ଶାନ୍ତି, ଦୟା, କ୍ଷମା, ସ୍ନେହଶ୍ରଦ୍ଧା ମନରେ ଆଣି ମୋହମାୟା, ଲାଭଲୋଭ ତ୍ୟାଗ କରିବାର ସମୟ ଆସିଯାଇଛି । ଆମେ ଅନେକ ସମୟ ବରବାଦ କରିଛେ – ଏବେ ସମୟ ଆମକୁ ବରବାଦ କରିବାକୁ ଆଗଭର । ହୁସିଆର ! ବଂଚିବାକୁ ଇଚ୍ଛାଥିଲେ ସବୁ ଭଲକାମ କରିଯାଆନ୍ତୁ । ଏହା ମୋର ସତର୍କବାଣୀ ନୁହେଁ କି ଭୟ ଦେଖାଇବା ପାଇଁ କହୁନି । ସମୟର ମୂଲତଉଲ – ବିଶାରଦବର୍ଗ ଏବହୁଁ ଏ ସତ୍ୟ ଚେତାଉଛନ୍ତି । ସମଗ୍ର ବିଶ୍ୱର ଏଇ ଜଗନ୍ନାଥଧାମ ପୁରୀରୁ ଆସନ୍ତୁ ଆମେ ଜଗତ ଜାଗରଣ ଜନସଭା ଗଢିତୋଳିବା । ବହୁ ବିଶିଷ୍ଟ ବ୍ୟକ୍ତି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଜଗତ ଜାଗରଣ ଜନସଭାର କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଏହାର ଦିଗ୍ଦର୍ଶକ ଭାବେ ମାୟାଧର ନାୟକଙ୍କୁ ସର୍ବସମ୍ମତିକ୍ରମେ ମନୋନୟନ କରାଯାଇ ସଭାପତି ଭାବେ ଶିବସୁନ୍ଦର ମିଶ୍ର, ସାଧାରଣ ସଂପାଦକ ଲଲାଟେନ୍ଦୁ ମିଶ୍ର, ଉପସଭାପତିବୃନ୍ଦ – ଅଜୟ କୁମାର ଦାସ, ରଚିତା ରାଉତରାୟ, ଅରୁଣିମା ନନ୍ଦ, ରାମକୃଷ୍ଣ ମହାପାତ୍ର, ଅଶୋକ କୁମାର ଆଢ୍ୟ, ତ୍ରିଲୋଚନ ଦାସ, ସଂଗଠନ ସାଧାରଣ ସଂପାଦକ – ରଶ୍ମିରଞ୍ଜନ ରାଉତରାୟ, ଦେବାଶିଷ ଦାସ, ସଂପାଦକବୃନ୍ଦ – ନିରୁପମା ମେକାପ୍, ଯୋଗେଶ୍ୱର ପ୍ରହରାଜ, ରାକେଶ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଅଜୟ କୁମାର ଦାସ, ପୃଷ୍ଠପୋଷକ ଭାବେ ବିଜୟଲକ୍ଷ୍ମୀ ଦାସ, କେ. ପବନ ରାଓ, ଭଗବାନ ସୁଆର, କୃଷକ ଲକ୍ଷ୍ମଣ ଦାଶ ପ୍ରମୂଖ ଏବଂ ୩୭ଜଣ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଛନ୍ତି ।