ନରସିଂହପୁର ହାଟ ରେ ଗଜଲକ୍ଷ୍ମୀ ପୂଜା
ନିମାପଡ଼ା, (ସନ୍ତୋଷ ଦାସ):ପବିତ୍ର କୁମାର ପୂର୍ଣିମା ଠାରୁ ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ନିକଟସ୍ଥ ନରସିଂହପୁର ହାଟ ଗ୍ରାମ ଠାରେ ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟ ର ଦେବୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ଆରମ୍ଭ ହୋଇଛି। ଘଣ୍ଟ, ଘଣ୍ଟା, ଶଙ୍ଖନାଦ ଓ ହୁଳୁହୁଳି ରେ କମ୍ପୁଛି ପୂଜା ମଣ୍ଡପ। ଏହି ଗ୍ରାମ ରସସ୍ମିତା ସାହୁ,ନିରୁପମା ବେହେରା, ମାମାଲି ସାହୁ, ମଧୁସ୍ମିତା ବେହେରା, ସୁଚିଶ୍ମିତା ବେହେରା ପ୍ରମୁଖ ଙ୍କ ତତ୍ବାବଧାନରେ ମା ଙ୍କ ପୂଜା ଧୁମ୍ ଧାମରେ ଅନୁଷ୍ଠିତ ହେଉଛି। ଆସନ୍ତା ରବିବାର ଦିନ ମା ଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କୁମାରୀ ମାନେ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ସଂଧ୍ୟା ରେ ମା ଙ୍କ ନିକଟରେ ଲକ୍ଷ୍ମୀ ପୁରାଣ ପାଠ ହେଉଥିବାବେଳେ କୁମାରୀ,ଯୁବତୀ ମାନଙ୍କ ମଧ୍ୟରେ ପୁଚି, ଲୁଡୁ, ଗୀତ ଅନ୍ତାକ୍ଷରୀ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଗାଁ ର କାହା ର କାହା ସହିତ ମନୋମାଳିନ୍ୟ ରହିଥିଲେ ମଧ୍ୟ ଏହି ପୂଜା ସମୟ ରେ ସମସ୍ତେ ତାକୁ ଭୁଲି ଯାଇଥାନ୍ତି। ସମସ୍ତ ଘର ର ନବ ବିବାହିତା ଝିଅ, କୁମାରୀ ଝିଅ ଏକତ୍ରିତ ହୋଇ ମା ଙ୍କ ପୂଜା କରି ଥାଆନ୍ତି ବୋଲି କହିଛନ୍ତି ସସ୍ମିତା ସାହୁ। ଗଜଲକ୍ଷ୍ମୀ ପୂଜା ପାଇଁ ଗ୍ରାମ ଟି ଉତ୍ସବ ମୁଖର ହୋଇପଡ଼ିଛି।