ବସନ୍ତିଆ ସମବାୟ ସମିତି ଆଗରେ ଅଖିଳ ଭାରତ କୃଷକ ସଭାର ଗଣଧାରଣା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ବସନ୍ତିଆ ସେବା ସମବାୟ ସମିତି ସମ୍ମୁଖରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ବସନ୍ତିଆ, ରାମଚନ୍ଦ୍ରପୁର ପଞ୍ଚାୟତର କୃଷକ ମାନେ କୃଷି ବଞ୍ଚାଅ, କୃଷକ ବଞ୍ଚାଅ, ସେବା ସମବାୟ ସମିତି ବଞ୍ଚାଅ ଦାବୀରେ ଏକ ଶୋଭାଯାତ୍ରାରେ ବସନ୍ତିଆ ବଜାର ପରିକ୍ରମା କରି ସମିତି ସମ୍ମୁଖରେ ଗଣଧାରଣାରେ ବସିଥିଲେ । କୃଷକ ନେତା ରମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୃଷକ ନେତା ଫକୀର ଚରଣ ବିଶ୍ୱାଳ, ସୁବାଷ ଚନ୍ଦ୍ର ବେହେରା, କିଶୋର କୁମାର ବେହେରା, ଜୟନ୍ତ ଜେନା, ମାର୍କଣ୍ଡ ଚରଣ ବାରିକ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଦୀଲିପ ନାୟକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଦୁଲ୍ଲା ଖାଁ, ନିରଞ୍ଜନ ନାୟକ, ଭାସ୍କର ଚନ୍ଦ୍ର ବେହେରା, ବିଷ୍ଣୁ ଚରଣ ଜେନା ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ବିରୁଦ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । କେନ୍ଦ୍ର ସରକାର ସ୍ୱାମୀ ନାଥନ୍ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ କରିବା, ଧାନ କୁଇଁଣ୍ଟାଲ ୩୫ ଶହ ଟଙ୍କା ଧାର୍ଯ୍ୟ କରିବା, ଭାଗଚାଷୀ ମାନଙ୍କୁ ସର୍ବନିମ୍ନ ୨୫ କୁଇଁଣ୍ଟାଲ ଧାନ ବିକ୍ରି ପାଇଁ ନିୟମ ପ୍ରଣୟନ କରିବା, ୫୫ ବର୍ଷ ପରେ କୃଷକ ମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ଦେବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରିବା, କୃଷି ଋଣ ଛାଡ କରିବା ଆଦି ୧୨ ଦଫା ଦାବୀ ସମ୍ବଳିତ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମିତିର ସଂପାଦକଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏଥିରେ ରମେଶ ମଲ୍ଲିକ, ରବିନ୍ଦ୍ର ଜେନା, ଅଭିମନ୍ୟୁ ଜେନା, ନିତ୍ୟାନନ୍ଦ ସାହୁ, ଭାଗିରଥି ଦାସ, ରଞ୍ଜନ ଜେନା, ତପନ ସାହୁ, ଲକ୍ଷ୍ମୀଧର ବେହେରା, ଅନିରୁଦ୍ଧ ଜେନା, ଜଗନ୍ନାଥ ଦଳେଇ, ପଞ୍ଚାନନ ସେଠୀଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ