ଆରମ୍ଭ ହେଲା ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ

ହାଟଡିହିି, (ବିକାଶ ବିଶ୍ୱାଳ ) : ଆଜିଠାରୁ ଆରମ୍ଭ ହୋଇଛି ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ । ଏଥିପାଇଁ ବୁଥରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନେ ପହଞ୍ଚି କେନ୍ଦ୍ରକୁ ଆସୁଥିବା ଭୋଟର ମାନଙ୍କ ତାଲିକାରେ ଯୋଗ, ବାଦ ପାଇଁ ପ୍ରକ୍ରୀୟା ଆରମ୍ଭ କରାଯାଇଛି । ଏପରିକି ବୁଥ ମାନଙ୍କୁ ଆସିଥିବା ନୁତନ ଭୋଟର ଓ ସଂଶୋଧନ ପାଇଁ ଆସିଥବବା ଭୋଟର ମାନଙ୍କୁ ସଚେତନତା କରାଯାଇଛି । ଆଜି ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ଆଇ.ଏ.ଏସ ଅଫିସର ଡ.ଏମ. ତିରୁମାଲା ନାୟକ । ଶ୍ରୀ ନାୟକ ଆଜି ମଧ୍ୟାହ୍ନରେ ବଞ୍ଚୋ, ଅକରୁଆ ଆଦି ପଞ୍ଚାୟତର ବିଭିନ୍ନ ବୁଥ ପରିଦର୍ଶନ କରିବା ସହ ସଂଶୋଧନ କାର୍ଯ୍ୟର ସମୀକ୍ଷା କରିଥିଲେ । ଉପସ୍ଥିତ ଅଧିକାରୀ ଓ ଭୋଟର ମାନଙ୍କୁ ମଧ୍ୟ ବହୁମୁଲ୍ୟ ପରାମର୍ଶ ଦେଇଥିଲେ । ତାଙ୍କ ସହିତ ଆନନ୍ଦପୁର ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହାନ୍ତ, ହାଟଡିହି ବ୍ଲକର ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର ହାବିଲ ଖାଖା ପ୍ରମୁଖ ଉପସ୍ଥିତ ଥିବାବେଳେ ବଞ୍ଚୋ ବୁଥ ପରିଦର୍ଶନ ସମୟରେ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସରପଞ୍ଚ ପ୍ରଶାନ୍ତ ରାଉତ, ଭାରପ୍ରାପ୍ତ ଜିପିଓ ଶରତ କୁମାର ବେଜ, ନିର୍ବାହୀ ଅଧିକାରୀ ଜଚିତେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ୨୦ଟି ବୁଥ ପରିଦର୍ଶନ କରି ସଚେତନତା କାର୍ଯ୍ରକ୍ରମର ତଦାରଖ କରିଥିବାବେଳେ ତହସିଲଦାର ହାବିଲ ଖାଖା ମଧ୍ୟ ୧୫ଟି ବୁଥ ପରିଦର୍ଶନ କରିଛନ୍ତି । ଭୋଟର ତାଲିକା ସଂଶୋଧନ ପ୍ରକ୍ରୀୟା ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ବୋଲି ଜିପିଓ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ