ମାର୍କେଟ ରୋଡ ଠାରେ ଶ୍ୟାମା କାଳୀ ପୂଜା ନିମନ୍ତେ କଳସ ଯାତ୍ରା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ସ୍ଥାନୀୟ ମାର୍କେଟ ରୋଡ ଠାରେ ଶ୍ରୀ ଶ୍ରୀ ମା ଶ୍ୟାମା କାଳୀ ପୂଜା ନିମନ୍ତେ ଶନିବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟିର ଇ .ରାଜ କୁମାର ଓ ଦେବବ୍ରତ ପଣ୍ଡାଙ୍କ ସମେତ ବହୁ ମହିଳା ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ସ୍ଥାନୀୟ ଲାଇନବନ୍ଧ ରେ ପୂଜାଅର୍ଚ୍ଚନା କରି ମୁଣ୍ଡରେ ଜଳଭରା କଳସ ଧରି ଏକ ଶୋଭାଯାତ୍ରା ମାଧ୍ୟମରେ ପୂଜା ନିକଟରେ ପହଞ୍ଚିଥିଲେ । ପୂରୋହିତ ମାନଙ୍କ ଦ୍ୱାରା ବିଭିନ୍ନ ପୂଜା କରାଯାଇଥିଲ।। ଏହି ପୂଜା ସାତଦିନ ଧରି ଚାଲିବ ।