କୁକୁଡ଼ାଖଣ୍ଡି ରେ ସତ୍ୟସାଇ ବାବାଙ୍କ ଜନ୍ମ ଦିବସ ଧୁମ୍ ଧାମ ରେ ପାଳିତ

କୁକୁଡ଼ାଖଣ୍ଡି, (ବିଭୂନନ୍ଦନ ପଣ୍ଡା):କୁକୁଡ଼ାଖଣ୍ଡି ଗ୍ରାମ ରେ ଥିବା ସତ୍ୟସାଇ ମନ୍ଦିରରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଗୁରୁବାର ଦିନ ସାଇ ବାବାଙ୍କ ୯୮ ତମ ଜନ୍ମୋତ୍ସବ ପାଳନ କରାଯାଇଛି । ତାହା ସହ ଭୋରସକାଳେ ୫.୦୦ ଟା ସମୟ ରେ ଓଁ କାରଂ, ସୁପ୍ରଭାତଂ, ନଗରସଂକୀର୍ତ୍ତନ, ଲିଖୁତ ଜପ, ଅଷ୍ଟୋତ୍ତର ନାମାବଳୀ ପଠନ, ମଙ୍ଗଳ ଆଳତୀ ଓ ୬.୩୦ସମୟ ରେ ସେବା କାର୍ଯ୍ୟ, ବୃକ୍ଷରୋପଣ ଓ ୬.୪୫ ସମୟ ରେ ଦିବ୍ୟ ପ୍ରଶାନ୍ତି ଧ୍ଵଜା ଉତ୍ତୋଳନ ଓ ୭.୦୦ ଟା ସମୟ ରେ ଷୋଡ଼ଶ ଉପଚାର ପୂଜା ଓ ସକାଳ ୯.୩୦ ସମୟ ରେ କୁକୁଡ଼ାଖଣ୍ଡି ଗ୍ରାମ ପରିକ୍ରମା (ପାଲିଙ୍କି ଯାତ୍ରା) ଓ ୧୧.୦୦ ଟା ସମୟ ରେ ସତ୍ୟସାଇ ବାବାଙ୍କ ଙ୍କ ଭଜନ, ସତ୍‌ସଙ୍ଗ ଓ ମଧ୍ୟାହ୍ନ ସମୟ ୧.୦୦ ଘଣ୍ଟା ସମୟ ରେ ସତ୍ୟସାଇ ବାବାଙ୍କ ପ୍ରସାଦ ସେବନ ଓ ସନ୍ଧ୍ୟା ସମୟ ୫.୦୦ ଟା ସମୟ ରେ ବେଦ ଓ ୬.୦୦ ଟା ସମୟ ରେ ଭଜନ, ଜନ୍ମଦିନ ସଂଗୀତ, ମଙ୍ଗଳ ଅବତା କାର୍ଯ୍ୟକ୍ରମ ହୋଇଛି। ଏହି କାର୍ଯ୍ୟକ୍ରମରେ ରେ ଉପସ୍ଥିତ ରହିଥିବା ସତ୍ୟସାଇ ମନ୍ଦିର ର ଆବାହକ ପି. ଶ୍ରୀରାମ ମୂର୍ତ୍ତି ମନ୍ଦିର ର ସେବକ ପି. ମାଧବ ରାଓ, ସୂର୍ଯ୍ୟନାରାୟଣ ପଟ୍ଟନାୟକ,ଶରତ ଚନ୍ଦ୍ର ପଟ୍ଟନାୟକ , ବିଦ୍ୟାଧର ମହାରଣା, A . ସନ୍ୟାସୀ,ପି. ଆଦିକନ୍ଦ, ଜିଲ୍ଲା ବେଦିକ ସଂଯୋଜକ କିରଣ ଆଚାରି ଓ ମହିଳା ମାନଙ୍କ ମଧ୍ୟରୁ ପି. ବିଜୟଲକ୍ଷ୍ମୀ, ରେଣୁକା ମାହାରାଣ,ଓ କୁକୁଡ଼ାଖଣ୍ଡି ଗ୍ରାମ ପଞ୍ଚାୟତର ର ସରପଂଚ ବନ୍ଦନା ସେଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ହେଇଥିଲା। ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମୋତ୍ସବ କାର୍ଯ୍ୟକ୍ରମ କୁ ବିଜୟ କୁମାର ପାଣିଗ୍ରାହୀ ଦ୍ଵାରା ପରିଚାଳିତ ହେଇଥିଲା। ଶେଷ ରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ଆସି ବାବା ଙ୍କ ପାଦ ତଳେ ଫୁଲପୁଷ୍ପ ପକାଇ ବାବା ଙ୍କ ଆଶିର୍ବାଦ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ