ବ୍ଲକ ସ୍ତରୀୟ ବିଜ୍ଞାନମେଳା ରେ ୨୧୦ ପ୍ରକଳ୍ପ ପ୍ରଦର୍ଶିତ
ନିମାପଡା, (ସନ୍ତୋଷ ଦାଶ):ସ୍ଥାନୀୟ ଜେ ବି ଆର ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏକଦିବସୀୟ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ତଥା ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ପୂର୍ବାହ୍ନରେ ଉଦଘାଟନ ହୋଇ ଅପରାହ୍ନରେ ଉଦଯାପିତ ହୋଇଯାଇଛି। ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ପ୍ରଦର୍ଶନୀରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଭାଗ ନେଇଥିବାବେଳେ ମୋଟ ୨୧୦ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଏଥି ମଧ୍ୟରୁ ୫ ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ନିମନ୍ତେ ମନୋନୀତ ହୋଇଥିବା ଜଣାପଡିଛି। ଆୟୋଜିତ ସମାରୋହ ରେ ବ୍ଲକ ଶିକ୍ଷାଧିକାରୀ ଦ୍ବୀତିକାନ୍ତ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ବ୍ଲକ ଅଧକ୍ଷ ଶଙ୍କର ଭୋଇ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ମଣ୍ଡଳ ସହ ଶିକ୍ଷାଧିକାରୀ ସୌଦାମିନୀ ଦାଶ,ପ୍ରତିଭା ମହାନ୍ତି, ଶ୍ରୀମନ୍ତ ଶେଖର ରଥ,ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।ଏହି ବିଜ୍ଞାନ ମେଳା କୁ ସରସ ସୁନ୍ଦର କରିବାରେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହିତ ବିଭିନ୍ନ ସଂଘର କର୍ମକର୍ତ୍ତା ଓ ସିଆରସିସି ମାନେ ସାହାଯ୍ୟ ସହଯୋଗ କରିଥିଲେ।


