ରାଇକିଆରେ ଉପ ବାଚସ୍ପତିକୁ ବିପୁଳ ସମର୍ଦ୍ଧନା

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ଜି ଉଦୟଗିରୀ ବିଧାୟକ ସାଲୁଗା ପ୍ରଧାନ ନିକଟ ରେ ଉପ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଗସ୍ତ ରେ ଥିବା ଉପ ବାଚସ୍ପତି ସାଲୁଗା ପ୍ରଧାନ ଙ୍କୁ ଶୁକ୍ରବାର ରାଇକିଆ ଠାରେ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇଛି । ରାଇକିଆ ଜନସାଧାରଣଙ୍କ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ନବ ନିର୍ବାଚିତ ଉପ ବାଚସ୍ପତି ସାଲୁଗା ପ୍ରଧାନ ଙ୍କୁ ପ୍ରଶଂସକ ମାନେ ଶିବମନ୍ଦିର ନିକଟ ରୁ ପଦଯାତ୍ରାରେ ପାଛୋଟି ଆଣି ରାଇକିଆ ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲେ । ସେଠାରେ ରାଇକିଆ ଅଞ୍ଚଳର ବିଭିନ୍ନ ସାମାଜିକ, ଧାର୍ମିକ , ସାଂସ୍କୃତିକ, ବ୍ୟବସାୟୀକ ଅନୁଷ୍ଠାନ ଏବଂ ସାମ୍ବାଦିକ ସଂଘ ତରଫରୁ ଉପବାଚସ୍ପତି ଙ୍କୁ ସ୍ଵାଗତ କରିବା ସହ ଫୁଲତୋଡା ଏବଂ ଉତ୍ତରୀୟ ଦେଇ ସମର୍ଦ୍ଧନା କରାଯାଇଥିଲା । ରାଜମୋହନ ଦିଗାଳ କାର୍ଯ୍ୟକ୍ରମ ପରିଚାଳାନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ