ସୁଲଣରେ ଆରମ୍ଭ ହେଲା ବାଲିଠାକୁରାଣୀ ଯାତ୍ରା

ହାଟଡ଼ିହି, (ବିକାଶ ବିଶ୍ୱାଳ):ପ୍ରତି ୪ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ସୁଲଣ ବାଲିଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି । ୯ଦିନ ଧରି ଚାଲିବାକୁ ତବବା ଏହି ଯାତ୍ରା ପାଇଁ ପୂଜାକମିଟି ପକ୍ଷରୁ ପୁଜା ମଣ୍ଡପ ସହିତ ସମଗ୍ର ଗ୍ରାମକୁ ରଙ୍ଗିନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଗତକାଲି ରାତିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଦ୍ୱାରା ଘଟ୍ଟୋତ୍ତଳନ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ବୈତରଣୀ ନଦୀରୁ ବାଲି ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯିବା ସହିତ ନନ୍ଦ ଦେହୁରୀ, ପ୍ରେମ ଦେହୁରୀ ଓ ତାଙ୍କ ସାଥି ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି । ୯ଦିନ ଧରି ଚାଲିବାକୁଥିବା ଏହି ଉତ୍ସବରେ ଗ୍ରାମର ସମସ୍ତ ଆବାଳ ବୃଦ୍ଧବନୀତା ଏକଜୁଟ ହୋଇଯାଇଛନ୍ତି । ଯେ ଯେଉଁଠି ଥାଉନା କାହିଁକି ୪ବର୍ଷରେ ଥରେ ଗାଁକୁ ଆସି ସମସ୍ତେ ଏକତ୍ରିତ ହୋଇ ଭାଇଚାରାର ସମ୍ପର୍କ ମଧ୍ୟରେ ଗାଁର ଏହି ପାରମ୍ପରିକ ପୂଜାକାର୍ଯ୍ୟକୁ ସମ୍ପାଦାନ କରିବାକୁ ଲାଗିପଡିଛନ୍ତି । ପ୍ରତିଦିନ କାଳିଶୀ ଆସିବା ସହିତ ଗ୍ରାମ ପରିକ୍ରମା କରୁଥିବାବେଳେ ୨୯ତାରିଖ ଦିନ ଡାଳ ଅଣାଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବ । ୧ତାରିଖ ଦିନ ଅଗ୍ନିତ୍ସୋବ କରାଯାଇ ପୁର୍ଣ୍ଣାହୁତୀ ଦିଆଯିବ । ଏହିଦିନ ଭକ୍ତମାନେ ନିଆଁରେ ଚାଲିବାର ପରମ୍ପରାରହି ଆସିଛି । ଏହି ଉତ୍ସବ ପାଇଁ ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀମାେନେ ଆସି ସେମାନଙ୍କ ପସରା ମେଲାଇ ଦେଇଛନ୍ତି । ସଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ପ୍ର୍ତିଦିନ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେବା ସହ ୨୯ତାରିଖ ଠାରୁ ଖୋଲାମଞ୍ଚ ଯାତ୍ରା ଅନୁଷ୍ଠିତ ହେବ । ସେହିପରି ୨୫ ଓ ୨୬ ତାରିଖ ଦୁଇଦିନ ଧରି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କରାଯିବାର ସ୍ଥିର ହୋଇଥିବାବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ, ମହାରାଣୀ ସୁନନ୍ଦିନୀ ଭଞ୍ଜଦେଓ, ପଦ୍ମଶ୍ରୀ ଦୈତାରୀ ନାୟକ, ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର, ପ୍ରଫେସର କୁମରବର ଦାଶ, ଓଡିଶା ପଣ୍ୟଗାର ନିଗମର ଅଧ୍ୟକ୍ଷ ଗଣେଶ୍ୱର ଜେନା, କିଶୋର ନ୍ୟାୟପାଳିକା ବୋର୍ଡର ସଦସ୍ୟ ଡ. ମାନସ ରଞ୍ଜନ ପଣ୍ଡା, ଶିକ୍ଷାବିତ କମଳାକାନ୍ତ ସାହୁ, ଗୌରାଙ୍ଗ ଚରଣ ବେହେରା, କୋଦଣ୍ଡଧର ଜେନା, ସଚିଦାନନ୍ଦ ଧୁପାଳ, ମଦନ ମୋହନ ସାହୁ, ଦଶରଥ ମଲ୍ଲିକ ପ୍ରମୁଖ ଯୋଗଦେବେ । ସମସ୍ତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ