ନିର୍ଦ୍ଦେଶନାରେ ପାଦ ରଖିବେ ଭନୀତା

ମୁମ୍ବାଇ : ଫିଲ୍ମ ‘ମେରୀ କମ୍‌’ ଭଳି ସିନେମାର ନିର୍ଦ୍ଦେଶନା ଦେଇଥିବା ଉମଙ୍ଗ କୁମାରଙ୍କ ପତ୍ନୀ ଭନୀତା ଉମଙ୍ଗ କୁମାର ଶର୍ଟ ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି। ଏହି ଫିଲ୍ମର ନାମ ‘ଆଭେ ମାରିଆ’, ଯେଉଁଥିରେ ଭାରତରେ ପିଲାଙ୍କ ଉତ୍ପୀଡ଼ନ କାହାଣୀ ଦେଖାଯିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଭନୀତା କହିଛନ୍ତି ଯେ ପ୍ରଡକ୍ସନ୍‌ ଡିଜାଇନର ହେଉ ବା ହୋମ ଡେକୋରେସନ୍‌ ସେ ତାଙ୍କର ସମସ୍ତ କାମକୁ ବହୁତ ଗୁରୁତର ସହିତ ବିଚାର କରନ୍ତି। ଏପରିସ୍ଥଳେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିବା ଲାଗି ସେ ଏହି ବିଷୟକୁ ଚୟନ କରିଛନ୍ତି। ‘ଆଭେ ମାରିଆ’ ମାଧ୍ୟମରେ ଶିଶୁ ଯୌନ ଉତ୍ପୀଡ଼ନ ଭଳି ବିଷୟକୁ ସାମ୍ନାକୁ ଆଣିବାକୁ ଚାହୁଛନ୍ତି ବୋଲି ଭନୀତା କହିଛନ୍ତି। ସେ ଚାହୁଁଛନ୍ତି ଏହି ବିଷୟ ଲୋକଙ୍କ ହୃଦୟ ଓ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚୁ। ଦର୍ଶକ ତାଙ୍କ କାହାଣୀକୁ ନିହାତି ବୁଝିବେ ବୋଲି ତାଙ୍କର ଆଶା ରହିଥିବା ଭନୀତା କହିଛନ୍ତି। ଏହି ଶର୍ଟ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରାଯାଇ ନାହିଁ। ଫିଲ୍ମରେ ଅନୁପ ସୋନୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ‘ଆଭେ ମାରିଆ’ ଫିଲ୍ମର ପ୍ରଯୋଜନା ଋଷି ନେଗୀ, ଦୀପକ ଧର ଓ ଉମଙ୍ଗ କୁମାର କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ