ଗଡ଼ଚଣ୍ଡୀ ଠାରେ ଗୋଷ୍ଠୀ କେନ୍ଦ୍ରକୁ ଉଦଘାଟନ କଲେ ବିଧାୟକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ଗଡ଼ଚଣ୍ଡୀପୀଠ ଠାରେ ନବ ନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ। ଆଜି ମଧ୍ୟାହ୍ନରେ ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସରପଞ୍ଚ ଘନଶ୍ୟାମ ମଳିକ ପ୍ରମୁଖ ଗଡ଼ଚଣ୍ଡୀରେ ପହଞ୍ଚି ୧୦ଲକ୍ଷ ଟଙ୍କାରେ ନବ ନିର୍ମିତ ଗୋଷ୍ଠୀକେନ୍ଦ୍ରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଏହି କଲ୍ୟାଣି ମଣ୍ଡପ ଦ୍ୱାରା ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସହିତ ଏ ଅଞ୍ଚଳର ଲୋକମାନେ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଥିଲେ। ଅଳ୍ପ ବ୍ୟୟରେ ସୁନ୍ଦର ଘରଟିଏ ନିର୍ମାଣ କରିଥିବାରୁ ଆଉ ଅଧିକ ଅନୁଦାନ ଯୋଗାଇ ଦେବାକୁ ବିଧାୟକ କହିଥିଲେ। ମନ୍ଦିର ପରିଚାଳନା କମିଟିର ସଦସ୍ୟ ଙ୍କ ସହିତ ସୁଧାଂଶୁ ଭୂଷଣ ମଳିକ, ପ୍ରଦ୍ୟୁମ୍ନ କୁମାର ରାଉତ, ଖଗେଶ୍ୱର ମଲ୍ଲିକ, ଧନଞ୍ଜୟ ପାତ୍ର, ପ୍ରିୟବ୍ରତ ରାଉତ ବିଜୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ