ଶିଶୁ ମନ୍ଦିର ରେ ବାର୍ଷିକ କ୍ରିଡ଼ାଉତ୍ସବ ଉଦଘାଟିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଯୋଗେଶ୍ଵରପୁର ସ୍ଥିତ ଶିଶୁ ମନ୍ଦିର ରେ ଆଜି ବାର୍ଷିକ କ୍ରୀଡ଼ା ଉତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି। ଚାରିଛକ ମହିଳା କଲେଜ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର ମୁଖ୍ୟଅତିଥି ଭାବେ ଯୋଗ ଦେଇ କ୍ରିଡ଼ା ପତାକା ଉତ୍ତୋଳନ କରିବାପରେ କ୍ରିଡ଼ା ପ୍ରତିଯୋଗୀତା ଆରମ୍ଭ ହୋଇଥିଲା। ସମ୍ମାନୀତ ଅତିଥି ଭାବେ ସମ୍ପାଦକ ପ୍ରମୋଦ କୁମାର ଦାଶ ,ସଭାପତି ବିଚିତ୍ରାନନ୍ଦ ପାତ୍ର, ଉପ ସଭାପତି ଦାମୋଦର ମିଶ୍ର, କୋଷାଧ୍ୟକ୍ଷ ଅଶୋକ କୁମାର ପରିଡ଼ା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଖେଳୱାଡ ମନୋବୃତ୍ତି ନେଇ ଖେଳିବାକୁ ପରାମର୍ଶ ଦେଇଥିଲେ।ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ। କ୍ରିଡ଼ା ପ୍ରମୁଖ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କ୍ରିଡ଼ା ପ୍ରତିଯୋଗୀତା ରେ ସମୁଦାୟ ୪୫୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶିଶୁ ମନ୍ଦିର ର ସମସ୍ତ ଆଚାର୍ଯ୍ୟ, ଆଚାଯ୍ୟା କ୍ରିଡ଼ା ପ୍ରତିଯୋଗୀତା କୁ ପରିଚାଳନା କରିଥିଲେ।