ନିର୍ଭୟା ମା’ ଙ୍କ ପ୍ରତିକ୍ରିୟା….
ନୂଆଦିଲ୍ଲୀ- ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଥିବା ଅକ୍ଷୟ କୁମାର ସିଂର ପୁନବିର୍ଚାର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ନିର୍ଭୟାଙ୍କ ମା’ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ମୁଁ ବହୁତ ଖୁସି ହେବା ସହ ଅଦାଲତଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି । ତାସହ ଯେଉଁ ଦିନ ଏହି ଦୋଷୀମାନେ ଦଣ୍ଡ ପାଇବେ ମୋ ଝିଅର ଆତ୍ମକୁ ଶାନ୍ତି ମିଳିବ । ସେହି ଦିନ ଯାଇ ମୁଁ ଖୁସି ହେବି ସୂଚନାଅନୁସାରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଅଶୋକ ଭୁଷଣ, ଜଷ୍ଟିସ ଇନ୍ଦୁମତି ଓ ଜଷ୍ଟିସ ଏ.ଏସ.ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ଆଜି ଖାରଜ କରିଦେଇଛନ୍ତି ।


