ଓଡିଶା ଜୀବିକା ମିଶନ ରାୟଗଡ ବ୍ଲକର ମହା ଦୁର୍ନୀତି ପର୍ଦାଫାଶ କେବେ ହେବ…..?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଓ.ଏଲ.ଏମ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ବି.ପି.ଏମ୍ ଲତିକା ଦେଵୀଙ୍କୁ ପ୍ରଥମେ ରାୟଗଡା ବ୍ଲକରୁ କାଶୀନଗର ବ୍ଲକକୁ ବଦଳି କରିଥିଲେ. ବର୍ତ୍ତମାନ ରାଜ୍ୟ ପ୍ରଶାସନ ତାଙ୍କୁ ଗଜପତି ଜିଲ୍ଲାରୁ ବଲାଙ୍ଗୀର ଜିଲ୍ଲାକୁ ବଦଳି କରିଛନ୍ତି । ଏନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଶାସନର ଏଭଳି କାର୍ଯ୍ୟଧାରାକୁ ନେଇ ସନ୍ଦେହ ପ୍ରକାଶ କରି ପ୍ରଶ୍ନ କରାଯାଇଛିଯେ, ଦୁର୍ନୀତିଗ୍ରସ୍ତଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଲାକୁ ବଦଳି କରିବା କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କେବଳ ସୁରକ୍ଷା ଦିଆ ଯାଉଥିବା ସ୍ପଷ୍ଟ ହୋଇଛି. ଏହାଦ୍ୱାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଅପବ୍ୟୟ ହେବା ସହ ଓଡିଶା ଜୀବିକା ମିଶନର ମୂଳ ଲକ୍ଷ୍ୟ ଭ୍ରଷ୍ଟ ହେବା ସହ ଲୋକେ ଏହି ଯୋଜନା ଦ୍ୱାରା କୌଣସି ସୁଫଳ ପାଇ ପାରିଲେ ନାହିଁ. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଓ.ଏଲ.ଏମ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ ପରେ ଓଡ଼ିଶା ଜୀବିକା ମିଶନ ଅଫିସ ଭୁବନେଶ୍ୱରରୁ ଚାରିଜଣିଆ ଟିମରେ ସରୋଜିନୀ ନାୟକ,ବିଭୁ ପ୍ରସାଦ ସ୍ୱାଇଁ, ଦେବି ପ୍ରାସାଦ ନାୟକ,ବିଭୁ ପ୍ରକାଶ ପ୍ରମୁଖ ଦୁଇଦିନିଆ ରାୟଗଡ଼ ଗସ୍ତରେ ଆସି ତିନି ଗୋଟି ପଞ୍ଚାୟତ ଯଥା ଜିରାଙ୍ଗ, କରଡାସିଙ୍ଗି, କେରାଣ୍ଡି ପଞ୍ଚାୟତରେ ତଦନ୍ତ କରି ଫେରିବାର କିଛି ଦିନପରେ ବି.ପି.ଏମ୍ ଲତିକା ଦେବିଙ୍କୁ ସଦର ବଲାଙ୍ଗୀର ଜିଲ୍ଲାକୁ ବଦଳି ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ୱି କରିବା ପାଇଁ ଓଡ଼ିଶା ଜୀବିକା ମିଶନ ଜରିଆରେ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଅନୁଦାନ ଦେଉଥିବା ବେଳେ ରାୟଗଡ଼ ବ୍ଲକରେ ଏହାର ସଠିକ୍ ରୂପେ କାର୍ଯ୍ୟକାରୀ ନ ହୋଇ ଏହାର ବ୍ୟତିକ୍ରମ ହୋଇ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲା ।ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ରାୟଗଡ଼ ବ୍ଳକରେ ଗ୍ରାମୀଣ ଆଦିବାସୀ ମହିଳା ମାନଙ୍କର ସରଳତାର ସୁଯୋଗ ନେଇ ବ୍ଳକର ଓ.ଏଲ.ଏମ୍ ବିଭାଗର ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ତଥା ବି.ପି.ଏମ ଲତିକା ଦେବୀ ସେମାନଙ୍କୁ ସରକାରୀ ଯୋଜନାର ସମସ୍ତ କାର୍ଯ୍ୟ ବୁଝାଇବା ପରିବର୍ତ୍ତେ ସରକାରି ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗ ଓ ପଞ୍ଚାୟତ ମାନଙ୍କରେ ମହାସଂଘ ଗଠନ ହୋଈ ବର୍ଷବର୍ଷ ବିତିଯାଥିଲେ ମଧ୍ଯ ପରିଚାଳନାର ନିୟମ ସମ୍ପର୍କରେ ସଂଘର ସଭାପତି ,ସମ୍ପାଦକ ଓ ମାଁ ମାନଙ୍କୁ ନ ଜଣାଇବା ଓ ଲାଞ୍ଚ ନ ଦେଲେ ସି.ଆର୍.ପି ଚାକିରିରୁ ବାହାର କରି ଦେବା ଓ କିଛି ଏମ.ବି.କେ ମାନଙ୍କ ଦ୍ଵାରା ଡମ୍ୱାଳ , ଅମେଡା, କେରାଣ୍ଡି, ଆଦି ପଞ୍ଚାୟତର ମହାସଂଘ କୁ ଆସିଥିବା ଲକ୍ଷାଧିକ ଅର୍ଥକୁ କରଡାସିଂ ପଞ୍ଚାୟତର କୃଷୀମିତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏବଂ ଏଙ୍ଗାରସିଂ, ଲୋବା ଓ ଗଙ୍ଗାବାଡ ପଞ୍ଚାୟତର ମହାସଂଘର ଜି.ପି.ଏଲ୍.ଏଫ୍ ଫଣ୍ଡରୁ ଜିରାଙ୍ଗ ଗ୍ରାମର ଛେଳି ବ୍ୟବସାୟ କରୁ ନ ଥିବା ବ୍ୟକ୍ତି ବା ଜଣେ ଲୁଗା ବ୍ୟବସାୟୀ ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ପଠାଇ ଥିବା ଅଭିଯୋଗ ହୋଇଥିଲା । ଏହି ପ୍ରକାର ଅଭିଯୋଗ ପରେ ବିଭିନ୍ନ ସମ୍ବାଦପତ୍ରରେ ନିଉଜ୍ ପ୍ରକାଶ ପାଇଥିଲା। ଏହା ପରେ ତାଙ୍କୁ ରାୟଗ ବ୍ଳକ୍ ରୁ କାଶୀନଗର ବ୍ଳକ କୁ ବଦଳି କରିଥିଲେ ଜିଲ୍ଲାପାଳ।ଏହି ପ୍ରକାର ଅଭିଯୋଗ ପରେ ଏବେ ଓଡିଶା ଜୀବିକା ମିଶନ ବିଭାଗ ତରଫରୁ ଭୁବନେଶ୍ୱର ଠାରୁ ଚାରି ଜଣିୟା ଟିମ୍ ଯଥା ଦେବୀ ପ୍ରସାଦ ନାୟକ, ବିଷ୍ଣୁ ମିଶ୍ର, ଭାନୁ ପ୍ରତାପ ଓ ସରୋଜିନୀ ବେହେରା ପ୍ରମୁଖ ଗଜପତି ଜିଲ୍ଲା ରାୟଗଡ଼ର ଜିରାଙ୍ଗ, କରଡାସିଙ୍ଗି, କେରାଣ୍ଡି ଆଦି ପଞ୍ଚାୟତକୁ ଯାଇ ସେଠାକାର ଜି.ପି.ଏଲ୍.ଏଫ୍ ମହାସଂଘ ର ସଭାପତି, ସଂପାଦକ ଓ ସି.ଆର.ପି, ଇ.ସି, ଓ ଗ୍ରୁପ ମାଁ ମାନଙ୍କୁ ସମସ୍ତ ଅଭିଯୋଗ ଉପରେ ବିଶୃତ ଆଲୋଚନା କରି ଫେରିଥିଲେ ।ବର୍ତମାନ ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କୁ ବିଭାଗୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଅନ୍ୟ ଜିଲ୍ଲା କୁ ବଦଳି କରାଯିବାକୁ ନେଇ ବୁଦ୍ଧିଜୀବୀ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ଅଭିଯୋଗ କରିଥିବା ମହିଳା ମାନଙ୍କୁ କେବେ ନ୍ୟାୟ ମେଳିବ ତାହା ଦେଖିବାକୁ ବାକି ରହିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ