ପାଞ୍ଚପୀଢ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):କରଞ୍ଜିଆ ସହରସ୍ଥିତ ପାଞ୍ଚପୀଢ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ କ୍ରୀଡା ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ଦ୍ବାରା ଆୟୋଜିତ କ୍ରୀଡା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ସେବା ଆଦି ପ୍ରତିଯୋଗିତା ତା:୦୬/୧୨/୨୦୨୩ ରିଖ ବୁଧବାର ଦିନ ପାଞ୍ଚପୀଢ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ କମେଶ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଶୁଭାରମ୍ଭ ହୋଇଅଛି । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ ଯୁବ ସାମ୍ବାଦିକ ତଥା ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ର ମୟୁରଭଞ୍ଜ ଜିଲ୍ଲା ସମ୍ପାଦକ ପାର୍ଥପ୍ରସନ୍ନ ମିଶ୍ର ଯୋଗଦେଇଥିଲେ ଏହି ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ପ୍ରତିଯୋଗିତା ଗୁଡିକ ମଧ୍ୟରେ କ୍ରୀଡା ପ୍ରତିଯୋଗିତା, ସାହିତ୍ୟ ସାଂସ୍କୃତିକ ପ୍ରତିଯୋଗିତା ସହ ସାମାଜିକ ସେବା କାର୍ଯ୍ୟ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ତା:୦୬/୧୨/୨୦୨୩ ରିଖ ଠାରୁ ଆରମ୍ଭ ହୋଇ ତା:୨୩/୧୨/୨୦୨୩ ରିଖ ଶେଷ ହେବ । କ୍ରୀଡା ପ୍ରତିଯୋଗିତାରେ କ୍ରିକେଟ, କ୍ୟାରମ, ଭଲିବଲ, ଚେସ, କବାଡି ଓ ଅନ୍ୟାନ୍ୟ ଖେଳ ହେବ । ସାହିତ୍ୟ ଓ ସଂସ୍କୃତି ପ୍ରତିଯୋଗିତାରେ କବିତା ପାଠ, ବକ୍ତୃତା, ଚିତ୍ରାଙ୍କନ, ଫଟୋଗ୍ରାଫି, ନୃତ୍ୟ, ପାରମ୍ପରିକ ବେଶଭୁଷା, ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ସାମାଜିକ ସେବା କାର୍ଯ୍ୟରେ ସଫେଇ କାର୍ଯ୍ୟକ୍ରମ, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ଓଡ଼ିଆ ଅଧ୍ୟାପକ ମାନସ ରଞ୍ଜନ ବେହେରା ପ୍ରକାଶ କରିଛନ୍ତି।ଏହି ନୂଆ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ପାଳନ ଅବସରରେ ରେ ଇଂରାଜୀ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ପୃଷ୍ଟି, ଇତିହାସ ବିଭାଗ ବରିଷ୍ଠ ଅଧ୍ୟାପିକା ମମତା ରାଣୀ ସାହୁ ଗଣିତ ଅଧ୍ୟାପକ ସଞ୍ଜତ କୁମାର କର, ପ୍ରାଣି ବିଞ୍ଜାନ ଅଧ୍ୟାପକ ଯଯାତି କେଶରୀ ମହାନ୍ତ ରାସାୟନ ବିଞ୍ଜାନ ଅଧ୍ୟାପକ ଶୁଭ୍ରାଂଶୁ ତ୍ରିପାଠୀ ଗୃହ ବିଞ୍ଜାନ ଅଧ୍ୟାପିକା ଶୁଭଦର୍ଶିନୀ ଶ୍ୱେତପଦ୍ମା ସଂସ୍କୃତ ଅଧ୍ୟାପିକା ଦିନ୍ତୁଶ୍ରୀ ବାରିକ ରାଜନୀତି ବିଜ୍ଞାନ ଅଧ୍ୟାପିକା ରିମା ସେଠୀ ଇଂରାଜୀ ଅଧ୍ୟାପିକା ପ୍ରୀୟଙ୍କା ପାତ୍ର, ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଅର୍ଜନା ମାଝୀ, ଓଡ଼ିଆ ଅଧ୍ୟାପକ ଜୟ କୁମାର ସାହା, ତର୍କ ବିଭାଗ ଅଧ୍ୟାପିକା କର୍ମୀ ବାସକେ ଉଭିଦ ବିଜ୍ଞାନ ଲେବ ଆସିଷ୍ଟାଣ୍ଟ ବେଣୁଧର ମହାନ୍ତ ପଦାର୍ଥ ବିଜ୍ଞାନ ଲେବ ଆସିଷ୍ଟାଣ୍ଟ ସ୍ଥିତାମୟୀ ମହାନ୍ତ, ଅବସରପ୍ରାପ୍ତ ଖେଳ ଶିକ୍ଷକ କାବୁଲୁ ରାଉଳ, ଖେଳ ଶିକ୍ଷୟିତ୍ରୀ ସେହନାଜ ବେଗମ, ଡି.ଇ.ଓ. ମହେଶ୍ଵର ମହାନ୍ତ, ଭୀମସେନ ବେହେରା, ସୁରେଶ ମାଟିଆ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପାଳନ କରିବା ପାଇଁ ସହଯୋଗ କରିଥିଲେ ।


