ବିଜେପି ଏସସି ମୋର୍ଚ୍ଚା ପକ୍ଷରୁ ବାବା ସାହେବଙ୍କ ପୂର୍ଣ୍ୟ ତିଥି ପାଳନ

ବାଲେଶ୍ଵର, (ସରୋଜ ପଣ୍ଡା):ଆଜି ବିଜେପି ଏସସି ମୋର୍ଚ୍ଚା ପକ୍ଷରୁ ବାବା ସାହେବଙ୍କ ୬୭ତମ ପୂର୍ଣ୍ୟ ତିଥି ମହାପରିନିର୍ବାଣ ଦିବସ ପାଳନ କରାଯାଇଛି। ଆଜି ସକାଳ ୯ଟା ସମୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଓ ଏସସି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାବୃନ୍ଦ ଭାରତରତ୍ନ ବାବା ସାହେବ୍ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପୋଲିସ ଲାଇନ ଛକ ସ୍ଥିତ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ ବାବା ସାହେବଙ୍କ ଉଦ୍ଯେଶରେ ସ୍ଲୋଗାନ ଦେଇଥିଲେ। ଏହାପରେ ଏକ ସଭାକାର୍ଯ୍ୟ ( ଆଲୋଚନା ଚକ୍ର ) ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା। ସଭାକାର୍ଯ୍ୟକୁ ଏସସି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା ସଭାପତିତ୍ବ କରୁଥିବା ବେଳେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ। ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଉପରୋକ୍ତ ଆଲୋଚନା ଚକ୍ରରେ ବକ୍ତାମାନେ ବାବା ସାହେବଙ୍କ ଜୀବନୀ ଓ ତାଙ୍କ ଆଦର୍ଶ ଉପରେ ବିଶେଷ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ମହାପାତ୍ର ବାବା ସାହେବଙ୍କ ଦର୍ଶିତ ମାର୍ଗରେ ପରିଚାଳିତ ହୋଇ ସମାଜ ନିର୍ମାଣ ଓ ସାମାଜିକ ସମରସତା ଉପରେ ଯୋର ଦେଇଥିଲେ। ଭାରତମାତାଙ୍କ ଏହି ସୁଯୋଗ୍ଯ ପୁତ୍ରଙ୍କ ଯେତିକି ସମ୍ମାନ ମିଳିବା କଥା ତାହା ପୁର୍ବତ୍ତନ ସରକାର ମାନେ ଦେଇନଥିଲେ ବୋଲି କ୍ଷୋଭ ପ୍ରକାଶ କରିଥଲେ। ବିଜେପି ଦେଶରେ ସାମାଜିକ ନ୍ୟାୟ ପାଇଁ ଲଢେଇ କରୁଥିବା ଏକମାତ୍ର ଦଳ ଭାବେ ବାବା ସାହେବଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି କହିଥିଲେ।ବୈଠକରେ ବକ୍ତା ଭାବେ ଓ ଆଲୋଚନା ଚକ୍ରରେ ଶୁଭଙ୍କର ମହାପାତ୍ର, ଏଡଭୋକେଟ୍ ବିଜୟ ପାଣିଗ୍ରାହୀ, ମମତା ମହାପାତ୍ର, ଏସସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାକେଶ ମଲ୍ଲିକ, ଏସସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସରୋଜ କୁମର ଜେନା, ଜିଲ୍ଲା ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ ସେଠୀ, ଏଡଭୋକେଟ୍ ଲକ୍ଷ୍ମଣ ବେହେରା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ସିପ୍ରା ମହାପାତ୍ର , ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ , ସୁସ୍ମିତା ପଣ୍ଡା, ସଞ୍ଜୁକ୍ତା ଆପା, ଗୌରଙ୍ଗା ଦଳେଇ, ବିବୁପଦ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ଶେଷରେ ଜିଲ୍ଲା କୃଷକମୋର୍ଚ୍ଚାର ସଭାପତି ଅନୀଲ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ