ଏକଦିବସୀୟ ବୈଦିକ ସମ୍ମିଳନୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଉପକଣ୍ଠ ସରଗାଁ ଠାରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ଗତ ରବିବାର ଦିନ ଏକ ଦିବସୀୟ ବୈଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସନ୍ଥ ଶ୍ରୀ ଆଶାରାମ ବାପୁଙ୍କ ଅନୁପ୍ରାଣିତ ସମିତିର ଅହମଦାବାଦ ମୁଖ୍ୟ କାର୍ଯ୍ୟାଳୟ ନିର୍ଦ୍ଦେଶ କ୍ରମେ ଵରଦା ଭାଇ, ଗିରିଶ ଭାଇ ଓ ପ୍ରତାପ ଭାଇ ସମ୍ମିଳନୀରେ ଯୋଗ ଦେଇ ବୈଦିକ ସେବା ବିଷୟରେ ଆଲୋଚନା କରିଥିଲେ। ବିଶେଷ କରି ଆଗାମୀ ଦିନରେ ହେବାକୁ ଥିବା ଗୀତା ପୂଜନ,ତୂଳସୀ ପୂଜନ,ମାତୃପିତୃ ପୂଜନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାଛଡା ସନାତନ ଧର୍ମ ଅବଲମ୍ଵୀ ସେଵା, ସାଧନା ଓ ସତସଙ୍ଗ ଉପରେ ସାଧକ ମାନେ ମତ ରଖିଥିଲେ। ଏଥିରେ ଭଦ୍ରକ ସମେତ ବାଲେଶ୍ଵର, ମୟୂରଭଞ୍ଜ, ଯାଜପୁର, କେଉଁଝର ଜିଲ୍ଲାର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ସାଧକ ମାନେ ଯୋଗ ଦେଇଥିଲେ।