ପାଇପ୍ ଫାଟି ବହିଯାଉଛି ପାନୀୟଜଳ, ପ୍ରତିକାର ନାହିଁ

ଚିଲିକା : ଗମ୍ଭାରିମୁଣ୍ଡା ଜଳ ଯୋଗାଣ କେନ୍ଦ୍ରରୁ ବିଭିନ୍ନ ସ୍ଥାନକୁ ପାନୀୟ ଜଳଯୋଗାଣ ପାଇଁ ମାଟିତଳେ ବିଛା ଯାଇଥିବା ପାଇପ୍ ଫାଟି ଏକାଧିକ ସ୍ଥାନରେ ଜଳ ଅପଚୟ ହେଉଛି । ପଞ୍ଚୁଗାଁ ରୋଡ୍, ଗଣ୍ଡେଇପୋଖରୀ ଛକ, ଆଙ୍କୁଲେଶ୍ୱରୀ ମନ୍ଦିର ଛକ ଇତ୍ୟାଦି ସ୍ଥାନରେ ଏହିସବୁ ପାଇପ୍ ଫାଟି ଅଯଥାରେ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି । ରାସ୍ତା ଉପରେ ଏହି ଉଦ୍ବୃତ୍ତ ଅପଚୟ ଜଳ ବହିଯାଉଥିବାରୁ ରାସ୍ତା ସାରା ଅଯଥା କାଦୁଅ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଗଣ୍ଡେଇ ପୋଖରୀକୁ ମଧ୍ୟ ଫଟା ପାଇପରୁ ଅଯଥା ଜଳ ବୋହି ଯାଉଛି । ଖରାଦିନରେ ଏ ପ୍ରକାର ପାନୀୟ ଜଳ ଅପଚୟକୁ ସାଧାରଣରେ ନାପସନ୍ଦ କରାଯାଉଛି । ତୁରନ୍ତ ପାଇପ ମରାମତି କରାଯାଇ ଜଳ ଅପଚୟ ରୋକିବାକୁ ସାଧାରଣରେ ଦାବି କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ