ଛତ୍ରପୁର ମୁଖ୍ୟ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକସେବକଙ୍କ ଧର୍ମଘଟ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅଲ ଇଣ୍ଡିଆ ପୋଷ୍ଟାଲ ଏମ୍ପେ୍ଲାଇଜ ୟୁନିୟନ ଗ୍ରାମୀଣ ଡାକ ସେବକ ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଛତ୍ରପୁର ମୁଖ୍ୟ ଡାକଘର ସମ୍ମୁଖ ରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଧର୍ମଘଟରେ ବସିଛନ୍ତି । କେନ୍ଦ୍ର ସରକାରଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଦେଶବ୍ୟାପୀ ଚାଲିଛି ଧର୍ମଘଟ । ଗ୍ରାମୀଣ ଡାକ ସେବକ ମାନଙ୍କ କାର୍ଯ୍ୟ ସମୟ ଦୈନିକ ୮ଘଣ୍ଟା ସ୍ଥିର, ପ୍ରତି ୧୨ବର୍ଷରେ ଆର୍ଥିକ ପଦୋନ୍ନତି, ଡାକ ସେବକଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା, ଡାକସେବକ ମାନଙ୍କୁ ପେନସନ, ଗ୍ରାଚ୍ୟୁଇଟି ଓ ବିଭିନ୍ନ ଆଲାଉନ୍ସ ପ୍ରଦାନ ସମେତ ବିଭିନ୍ନ ଦାବୀ ପୂରଣ ନିମନ୍ତେ ସେମାନେ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଧର୍ମଘଟରେ ଅଲ ଇଣ୍ଡିଆ ପୋଷ୍ଟାଲ ଏମ୍ପେ୍ଲାଇଜ ୟୁନିୟନ ଗ୍ରାମୀଣ ଡାକ ସେବକ ର ଉପସଭାପତି ଯୋଗେଶ ଚନ୍ଦ୍ର ସାହୁ , ଗ୍ରାମୀଣ ଡାକ ସେବକ ଡି.ବାବୁଲା ରେଡ୍ଡୀ, ଲକ୍ଷ୍ମୀନାରାୟଣ ପଣ୍ଡା, ବି.ଶ୍ରୀରାମୂ୍ର୍ତ୍ତି, ପି.କୁରମେୟା, ମୁକେଶ ସେଠୀ, ଅମିତ ମହାନ୍ତି, ବି.ମହେଶ, ପ୍ରିୟଦର୍ଶନୀ ନାୟକ, ବର୍ଷାରାଣୀ ସେଠୀ, ମୁନା ମାଝି, ସିଲୁ ମଳିକ ଓ ବନ ଶବର ଙ୍କ ସମେତ ବହୁ ଗ୍ରାମୀଣ ଡାକ ସେବକ ମାନେ ସାମିଲ ଥିଲେ ।