ସେଣ୍ଟଜାଭିୟର୍ସ ସ୍କୁଲରେ କ୍ରୀଡ଼ାଉତ୍ସବ ଉଦ୍‌ଯାପିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ୍ ଅନ୍ତର୍ଗତଃ ଚଣ୍ଡିବିରଞ୍ଚିପୁର ସ୍ଥିତ ସେଣ୍ଟଜାଭିୟର୍ସ ସ୍କୁଲରେ ୯ମ ବାର୍ଷିକୀ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ଉଦୟନାଥ କରଙ୍କ ସଂଯୋଜନା ରେ ସିଲନ୍ଦୀ ଠାରେ ଆୟୋଜିତ କ୍ରୀଡା ପ୍ରତିଯୋଗୀତାକୁ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ ମହେନ୍ଦ୍ର କୁମାର ପଳତା, ଗୋପାଳ କୃଷ୍ଣ ରାଉତ, ଅଶୋକ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସର୍ଟଫୁଟ, ଡିସିକସ, ବକ୍ତୃତା, ଆଦି ବିଭିନ୍ନ ବିଭାଗର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାର ସଫଳତା ଅର୍ଜନ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା I ସୁଦୀପ୍ତା ଦାଶ, ସୁଚିତ୍ରା ଦାସ, ତନୁଶ୍ରୀ ତନୟା ପହି, ବ୍ରହ୍ମାନନ୍ଦ ମଲ୍ଲିକ, ଦୟାନିଧୂ ଚିନିରା, ପ୍ରଶାନ୍ତ କୁମାର ଦାସ, ହିମାଂଶୁ ରଞ୍ଜନ ବାରିକ୍, ରାଜଶ୍ରୀ ସୁଆର, ରଞ୍ଜିତା ଓଝା, ଦେବେନ୍ଦ୍ର ନାଥ ପାଢ଼ୀ, ଶୁଭଶ୍ରୀ ପଣ୍ଡା, ଉର୍ମି ମହାନ୍ତି, ବିଷ୍ଣୁପ୍ରିୟା ଦାସଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ