ବଡ଼ଦିନ ପାଇଁ କନ୍ଧମାଳ ଉତ୍ସବ ମୁଖର, ସଜେଇ ହେଉଛି ଚର୍ଚ୍ଚ ଓ ପ୍ରାର୍ଥନା ଗୃହ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଉ ମାତ୍ର ଦୁଇ ଦିନ ପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଅର୍ଥାତ ବଡ଼ଦିନ ପର୍ବ ପାଳନ ହେବ। ତା ପୂର୍ବରୁ ସମଗ୍ର କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ଚଳଚଞ୍ଚଳ ହେବାସହ ଅଞ୍ଚଳର ସମସ୍ତ ଚର୍ଚ୍ଚ ଏବଂ ପ୍ରାର୍ଥନା ଗୃହ ସଜେଇ ହେବାରେ ଲାଗିଛି। ବିଭିନ୍ନ ରଙ୍ଗ ବେରଙ୍ଗର ବଡ଼ବଡ଼ ଷ୍ଟାର ତିଆରି କରି ଆଲୋକ ମାଳାରେ ସଜେଇ ଚର୍ଚ୍ଚ ମାନଙ୍କରେ ଶୋଭା ବର୍ଦ୍ଧନ କରୁଛି। ଚର୍ଚ୍ଚ ବାହାର ଏବଂ ଭିତରକୁ ରଙ୍ଗ ଦେଇ ସୁନ୍ଦର ସାଜ୍ଜସଜ୍ଜା ସାମଗ୍ରୀ ବ୍ୟବହାର କରି ସଜେଇବାରେ ଲାଗିଛନ୍ତି ଅଞ୍ଚଳର ଖ୍ରୀଷ୍ଟଧର୍ମାଲମ୍ବୀ। ଚର୍ଚ୍ଚକୁ ସଜେଇବା ସହ ନିଜନିଜ ଘରେ ରଙ୍ଗ ଦେଇ ଘରକୁ ସଜେଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ଅପେକ୍ଷା କରି ପର୍ବ ପାଳନ ପାଇଁ ଉତ୍ସାହ ଓ ଉଦିପନାର ସହ ନିଜ ପରିବାରର ସଦସ୍ୟମାନଙ୍କ ପାଇଁ ନୂଆଁ ପୋଷାକ କିଣିବା ସହ ନିଜ ନିଜ ପ୍ରିୟ ପରିଜନଙ୍କ ପାଇଁ ଉପହାର କିଣିବା ଏବଂ ନିଜ ଘର ସଜେଇବା ନିମନ୍ତେ ବଜାରରୁ ବିଭିନ୍ନ ସାଜସଜ୍ଜା ସାମଗ୍ରୀ କିଣି ଉକ୍ତ ଉତ୍ସଵ ପାଳନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ବଜାରରେ ଦୋକାନଗୁଡ଼ିକରେ ବଡ଼ବଡ଼ ଷ୍ଟାର, ଫୁଲମାଳ, ବିଭିନ୍ନ ସୁସଜ୍ଜିତ ସାମଗ୍ରୀ ବିକ୍ରି ପାଇଁ ରହିଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ସମସ୍ତ ଚର୍ଚ୍ଚରେ ବଡ଼ଦିନ ପର୍ଵ ପାଳନ ହେବା ନେଇ ପ୍ରସ୍ତୁତି ଚାଲିଛି।ଏକ୍ସମାସ ପର୍ଵ ପୂର୍ବରୁ ବିଭିନ୍ନ ଅନୁଷ୍ଠାନରେ ପ୍ରି ଏକ୍ସମାସ ପର୍ଵ ପାଳନ ହେଉଥିବା ଦେଖି ବାକୁ ମିଳୁଛି। ଏହି ପ୍ରି ଏକ୍ସମାସ ଉତ୍ସବରେ ଏକ୍ସମାସ କେକ କାଟି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାଣୀ ପଠନ କରିବା ସହ ପ୍ରାର୍ଥନା ଏବଂ ନାଚଗୀତର ଆସର ଜମିଥାଏ ।ଏକ୍ସମାସ ପର୍ଵ ପାଇଁ ବଜାରରେ ଭିଡ଼ ଦେଖୁବାକୁ ମିଳୁଛି। ବିଶେଷ କରି ଲୁଗା ଏବଂ ରେଡିମେଡି ଦୋକାନରେ ପ୍ରବଳ ଭିଡ଼ ରହୁଥିବା ଦେଖିବାକୁ ମିଳୁଛି। ବଡ଼ଦିନ ପାଳନ ପାଇଁ ରାଜ୍ୟ ବାହାର ଏବଂ ଜିଲ୍ଲା ବାହାରେ ରହୁଥିବା ସ୍ଥାନୀୟ ଅଞ୍ଚଳର ଖ୍ରୀଷ୍ଟଧର୍ମାଲମ୍ବୀ ପରିବାର ନିଜ ପରିବାର ପରିଜନ ସହ ମିଳିମିଶି ବଦଦିନ ପାଳନ କରିବ ପାଇଁ ନିଜ ଘରକୁ ଫେରିବାରେ ଲାଗିଛନ୍ତି। । ବେଶ ଆନନ୍ଦ ଉଲ୍ଲାସ ର ସହ ଚଳିତ ବର୍ଷ ବଡ଼ ଦିନ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି l ଅନ୍ୟପକ୍ଷରେ ବଡ଼ଦିନ ପର୍ବ ପାଳନ ପୂର୍ବରୁ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଆୟୋଜନ କରି ସମସ୍ତ ଧର୍ମର ଲୋକଙ୍କୁ ଏକତ୍ରିତ କରି କିଭଳି ଶାନ୍ତି ଶୃଙ୍ଖଳାର ସହ ଭାଇଚାରାରେ ଏହି ପର୍ବ ପାଳନ ହେବ ତାପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ପୁଲିସ ପକ୍ଷରୁ ବଡ଼ଦିନ ପର୍ବ ପାଇଁ ମଧ୍ୟ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ଚର୍ଚ୍ଚ ପ୍ରାର୍ଥନା ଗୃହ ବୁଲି ତଦାରଖ କରିବା ସହ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ