ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲର ୯ମ ତମ ବାର୍ଷିକ ଖେଳ ପ୍ରତିଯୋଗିତା ଅନୁଷ୍ଠିତ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡ଼ା ଏନ୍ଏସି ରେ ପ୍ରତିଷ୍ଠିତ ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲ ପକ୍ଷରୁ ଦୁଇ ଦିନ ଧରି ନବମ ତମ ବାର୍ଷିକ ଖେଳ ପ୍ରତିଯୋଗିତା ସ୍କୁଲର ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷ ବାଲଗୋପାଲ ଶତପଥି ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍କୁଲର ନିର୍ଦ୍ଦେଶକ ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର, ଅବସରପ୍ରାପ୍ତ କ୍ରିଡ଼ା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର, କ୍ରିଡ଼ା ଶିକ୍ଷକ ହରପ୍ରସାଦ ନନ୍ଦ ଯୋଗଦେଇଥିଲେ। ଅତିଥି ବୃନ୍ଦ କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଭାବେ ପାଠ ପଢିବା ପାଇଁ ପରାମର୍ଶ ଦେବା ସହ ଖେଳକୁଦ ପ୍ରତି ଆଗ୍ରହ ସୃଷ୍ଟି କରାଇଥିଲେ। ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡାରେ ଯୋଗଦେଇ ନିଜ ଅଞ୍ଚଳ ଓ ସ୍କୁଲର ସୁନାମ ଆଣିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । କ୍ରୀଡା ଓ ଶିକ୍ଷା ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାସଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ୟାରେଡ, ଖେଳ ପତାକା ଉତ୍ତୋଳନ କରାଯାଇ ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଶ୍ରୀକାନ୍ତ ଖାଡଙ୍ଗା, ପ୍ରଭଞ୍ଜନ ଖଣ୍ଡୁଆଳ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଭଞ୍ଜକିଶୋର ସେଠୀ, ପ୍ରଦୀପ କୁମାର ପ୍ରଧାନ, ବିଷ୍ଣୁ ପ୍ରିୟା ଖାଡଙ୍ଗା, ଲିଫା ଦାସ, ଗୀତାଞ୍ଜଳି ଚୌଧୁରୀ ସମେତ ଅନ୍ଯ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ