ଜିରୋ ନାଇଟ୍ ଓ ଇଂରାଜୀ ନୂତନ ବର୍ଷ ସେଲିବ୍ରେସନ୍ ଅପେକ୍ଷାରେ ଯୁବଗୋଷ୍ଠୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସରିବାକୁ ଯାଉଛି ୨୦୨୩ ମସିହା । ଆଉ ମାତ୍ର ୬ ଦିନ ପରେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ ଜିରୋ ନାଇଟ୍ ସାଙ୍ଗକୁ ଇଂରାଜୀ ନବବର୍ଷ ସେଲିବ୍ରେସନ୍ କରିବାକୁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି । ଜିରୋ ନାଇଟ୍ ସେଲିବ୍ରେସନ୍ କରିବାକୁ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଟୀ ସ୍ଥାନୀୟ ସହର ସମେତ ନିକଟସ୍ଥ ଅଞ୍ଚଳର ବହୁ ଯୋଜନା ପ୍ରସ୍ତୁତ ଆରମ୍ଭ କରିସାରିଛନ୍ତି । ଚଳିତ ବର୍ଷର ଶେଷ ଦିବସ ୩୧ ତାରିଖ ଜିରୋ ନାଇଟ୍ ରବିବାର ରହିଥିବାରୁ ବିଭିନ୍ନ ସ୍ଥାନରେ ସେଲିବ୍ରେସନ୍ କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି । ରବିବାର ସାଧାରଣତଃ ଆମିଷ ଭୋଜନର ବାର ହୋଇଥିବାରୁ ଜିରୋ ନାଇଟ ସେଲିବ୍ରେସନରେ ଭୋଜିଭାତରେ କଣ କଣ ଆମିଷ ବ୍ୟଞ୍ଜନ କରାଯିବ ଏବେଠାରୁ ଯୁବଗୋଷ୍ଠୀ ପ୍ରସ୍ତୁତ କରିସାରିଲେଣି । ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଆମିଷ ବ୍ୟବସାୟୀ ମାନେ ଏବେଠାରୁ ବାହାର ଅଞ୍ଚଳରୁ ମାଛ, କଙ୍କଡା, ଚିଙ୍ଗୁଡ଼ି, କୁକୁଡା, ଛେଳି ଅର୍ଡର କରିସାରିଲେଣି। ସୋମବାର ଇଂରାଜୀ ନବବର୍ଷ-୨୦୨୪ ପାଳନ ହେଉଥିବାରୁ କେବଳ ସାଧା ଭୋଜନରେ ଜମିବ ଆନନ୍ଦର ଉତ୍ସବ । ଚଳିତ ବର୍ଷ ଯୁବଗୋଷ୍ଠୀଙ୍କୁ ସେଲିବ୍ରେସନ୍ କରିବାକୁ ମଉକା ମିଳିଛି । ସେପଟେ ପୁଲିସ ପ୍ରଶାସନ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ରଖିବାକୁ ଏବେଠାରୁ ଆକ୍ସନ ପ୍ଳାନ ଆରମ୍ଭ କରିଦେଇଛି । ଜେଲରୁ ମୁକୁୂଳିଥିବା କିଛି ଅପରାଧୀଙ୍କ ଉପରେ ପୁଲିସ ସ୍ୱତନ୍ତ୍ର ନଜର ରଖିଛି । ଏହାକୁ ଆଖି ଆଗରେ ରଖି ଏବେଠାରୁ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ସାଧା ପୋଷାକଧାରୀ ପୁଲିସ ବାହିନୀ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରିବା ସହ ନଜର ରଖିଛି । ସହରର ବିଭିନ୍ନ ସ୍ଥାନରେ ଦିନରେ ଓ ସନ୍ଧ୍ୟ ସମୟରେ ବ୍ଳକିଂ କରାଯିବା ସହ ରାତ୍ର ସମୟରେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଉଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ