ଦୁର୍ବୁତ୍ତଙ୍କ ଆକ୍ରମଣରେ ଗ୍ରାମ ରୋଜଗାର ସେବକ ମୃତ୍ୟୁ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡ଼ା ବ୍ଲକର ଏ କରଡାବାଡି ଓ ଶଙ୍କୁରୁ ପଞ୍ଚାୟତରେ କାର୍ଯ୍ଯରତ ଗ୍ରାମ ରୋଜଗାର ସେବକ ସୁକାନ୍ତ କୁମାର ପାଣିଗ୍ରାହୀ ଦୁର୍ବୁତ୍ତଙ୍କ ଛୁରାରେ ଆକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଥିବା ଜଣାପଡିଛି। କଳମ୍ବ ଗ୍ରାମର ସୁକାନ୍ତ କୁମାର ପାଣିଗ୍ରାହୀ ଏ.କରଡାବାଡି ଓ ଶଙ୍କୁରୁ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟ କରୁଥିଲେ। ଡିସେମ୍ବର ୨୨ ତାରିଖ ସକାଳ ସମୟରେ ନିଜ ଗ୍ରାମ କଳମ୍ବରୁ ବାଇକ୍ ଯୋଗେ ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ସମୟରେ ଅନ୍ତରପଡା ଗ୍ରାମ ନିକଟରେ ଅଜଣା ଦୁର୍ବୁତ୍ତଙ୍କ ଛୁରା ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବୁଗୁଡ଼ା ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ବୁଗୁଡାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପୋଲସରା ନିକଟରେ ଅବସ୍ଥା ଗୁରୁତର ହେବାରୁ ସୁକାନ୍ତକୁ ପୋଲସରା ମେଡ଼ିକାଲରେ ଚିକିତ୍ସା ପାଇଁ ନେଇଥିଲେ। ହେଲେ ଡାକ୍ତର ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପୋଲସରା ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ପୋଲସରା ମେଡ଼ିକାଲକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସ୍ୱନ୍ତନା ଦେଇଥିଲେ। ବୁଗୁଡା ପୋଲିସ ମର ଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅନୁସନ୍ଧାନ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ