ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟର ବାର୍ଷିକୋତ୍ସବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟର ବାର୍ଷିକୋତ୍ସବ ଓ ଗୀତା ଯଜ୍ଞ କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ଗୀତା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର୍ଷଣ ପାଠିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ମହନ୍ତ ହରିହର ଦାଶ ମହାରାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଓ ବିଦ୍ୟାଳୟ ଉପଦେଷ୍ଟା ତଥା ଅବସରପ୍ରାପ୍ତ ଉପଜିଲ୍ଲାପାଳ ଡି. ଜଗନ୍ନାଥ ମଞ୍ଚାସିନ ଥିଲେ । ଏହି ଅବସରରେ ମନ୍ଦିର ପରିସରରେ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସମ୍ପାଦକ ତଥା ଆଚାର୍ଯ୍ୟ ଦିପ୍ତିରଞ୍ଜନ ମହାପାତ୍ର ବେଦପାଠ କରିଥିବା ବେଳେ କର୍ତ୍ତା ଭାବେ ବିଶ୍ୱନାଥ ସାହୁ ଓ ସକୁନ୍ତଳା ସାହୁ ଉପବିଶେନ କରିଥିଲେ । ହିନ୍ଦୁ ଧର୍ମର ମୁଖ୍ୟଗ୍ରନ୍ଥ ବେଦ । ହିଞ୍ଜିଳିକାଟୁ ପୌରାଞ୍ଚଳରେ ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ଅଭ୍ମ୍ କରାଯାଇ ବ୍ରାହ୍ମଣ ଶିଶୁ ମାନଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଉଥିବାରୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ । ଆସନ୍ତା ମାସରେ ଅନୁଷ୍ଠାନ ପକ୍ଷରୁ ଗରୀବ ବ୍ରାହ୍ମଣ ଶିଶୁ ମାନଙ୍କୁ ନେଇ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ପାଠି ସୂଚନା ଦେଇଥିଲେ । ଇଷିତୋଷ ପାଠି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅମ୍ବିକା ପାଠି, ପ୍ରଶାନ୍ତ ପାଠି, ତପନ ପାଠି, ମନୋଜ ପାଠି, ବଦ୍ରିନାଥ ସାବତ, ରାଜ ପାଠି, ଶିବପ୍ରସାଦ ପାଠି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


