ରାଜେନ୍ଦ୍ରଙ୍କ ପାଇଁ ଠାକୁରଙ୍କୁ ପ୍ରାର୍ଥନା

ଖୋର୍ଦ୍ଧା : ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟକୁ ନେଇ ବର୍ତ୍ତମାନ ଜନସାଧାରଣଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ଖୋର୍ଦ୍ଧା ସହିତ ବେଗୁନିଆ, ଚିଲିକା ବିଧାନସଭା ପ୍ରାର୍ଥୀଙ୍କ ନାମ ମଧ୍ୟ ଏ ପର୍ଯ୍ୟନ୍ତ ଘୋଷଣା ହୋଇପାରିନାହିଁ । ଗତକାଲି ଜିଲ୍ଲାର ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ବିଭୁତି ଭୂଷଣ ବଳବନ୍ତରାୟଙ୍କ ନାମ ଘୋଷଣା ହେଲା ପରେ ଆଜି ଅନ୍ୟଗୁଡ଼ିକ ଘୋଷଣା ହେବା କଥା ଶୁଣି ଖୋର୍ଦ୍ଧା ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ ମ୍ୟୁନିସିପାଲିଟର ବିଭିନ୍ନ ୱାର୍ଡ଼ରେ ରାଜେନ୍ଦ୍ର କୁମାର ସାହୁଙ୍କ ସମର୍ଥକ ବିଭିନ୍ନ ମନ୍ଦିରରେ ଯାଇ ଦୀପ ଜାଳି ତାଙ୍କୁ ବିଜେଡି ଟିକେଟ ମିଳିବାଲାଗି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଆଜି ଟିକେଟ ଘୋଷଣା ନ ହେବା ପରେ ଅଧିକ ଉତ୍କଣ୍ଠା ବଢିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ