ଦଶପଲ୍ଲା ବାର୍ ଆସୋସିଏସନର ନୂତନ କର୍ମକର୍ତ୍ତା
ଦଶପଲ୍ଲା : ଦଶପଲ୍ଲା ବାର୍ ଆସୋସିଏନ ଲାଗି ନୂତନ କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଶୈଳେନ୍ଦ୍ର କୁମାର ଦେଓ, ଉପସଭାପତି ପ୍ରହଲ୍ଲାଦ ସାହୁ, ସମ୍ପାଦକ ବିରଞ୍ଚି ପ୍ରସାଦ ସାହୁ, ସହ ସମ୍ପାଦକ ମନୋରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ଭାବେ ଚିତ୍ତରଞ୍ଜନ ସାହୁ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ଏତଦ୍ବ୍ୟତୀତ କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ମନୋଜ ମହାପାତ୍ର, ମହେଶ୍ୱର ବାରିକ, କିଶୋର କୁମାର ନାୟକ, ଶୈଳବାଳା ଦାଶ, ଆଲୋକ ସେନାପତି, ମନୋରଞ୍ଜନ ମିଶ୍ର (ଖ), ପ୍ରମୁଖ ମନୋନୀତ ହୋଇଛନ୍ତି । ସମସ୍ତ ଆଇନଜୀବୀ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


