ବ୍ଲକ ସ୍ତରୀୟ କ୍ରୀଡା ଏବଂ ଜନଜାତି ମହୋତ୍ସବ ଉଦଘାଟିତ, ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ମିନି ଷ୍ଟାଡିୟମ ଠାରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଆନୁକୂଲ୍ୟରେ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କନ୍ଧମାଳ ଦ୍ୱାରା ଦୁଇ ଦିନ ଧରି ଚାଲିବାକୁ ଥିବା ବ୍ଲକ ସ୍ଥରୀୟ କ୍ରୀଡା ଏବଂ ଜନଜାତି ମହୋତ୍ସବ-୨୦୨୩ ଉଦଘାଟିତ ହୋଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଦୁଇ ଦିନିଆ ମହୋତ୍ସବ ର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କନ୍ଧମାଳ ରୋଦନ ମଳିକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବରେ ଫିତା କାଟିବା ସହ ଧୂପ ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ, ବୌଦ୍ଧ ଉପ ଜିଲ୍ଲାପାଳ ରବୀନ୍ଦ୍ର କହଁର, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟା ସୁଜାତା କହଁର ଫିରିଙ୍ଗିଆ , ମଞ୍ଜୁଲତା କହଁର ଖଜୁରୀପଡା, ଖଜୁରୀପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଫିରିଙ୍ଗିଆ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ନୀଳଗିରି ଦିଗାଲ, ସାଂସଦ ପ୍ରତିନିଧି ତଥା ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଲିକ, ସଲାଗୁଡା ସରପଞ୍ଚ ରୋହିତ କହଁର, ସମିତି ସଭ୍ୟ ଲୋଚନ କହଁର, ସଲା ଗୁଡା ସରପଞ୍ଚ ସୁଦର୍ଶନ କହଁର, କୁଇ ସମାଜ ଶାଖା ଗୋଚ୍ଛା ପଡା ସଭାପତି କୃଷ୍ଣ ଚନ୍ଦ୍ର କହଁର,କୁଇ ସମାଜ ନେତା ତଥା ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଜୟ ଚନ୍ଦ୍ର କହଁର, ଭୃଙ୍ଗିଯୋଡି ସରପଞ୍ଚ ଏସିଆ କହଁର ଓ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ର ପ୍ରଥମ ଦିନରେ ଫିରିଙ୍ଗିଆ ପିତାବଳୀ ମନ୍ଦିର ନିକଟରୁ ବିରାଟ ମଶାଲ ଶୋଭାଯାତ୍ରା ରେ ବାହାରି ଫିରିଙ୍ଗିଆ ମିନି ଷ୍ଟାଡିଅମ ରେ ପହଞ୍ଚିଥିଲା।ପ୍ରଥମ ଦିନର ଉପସ୍ଥିତ ଅତିଥି ମାନେ ଜନଜାତି ମହୋତ୍ସବ ଓ କ୍ରୀଡା ଉପରେ ବକ୍ତବ୍ୟ ରଖିବା ସହ ଜନଜାତିର ପରମ୍ପରା ସଂସ୍କୃତି ବଞ୍ଚି ରହିବ ବୋଲି କହିଥିଲେ। ପ୍ରଶାସନ ର ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜନଜାତି ମାନଙ୍କ ପରମ୍ପରାକୁ ଆଗକୁ ନେବା ପାଇଁ କାର୍ଯ୍ୟକ୍ରମ ପ୍ରତିବର୍ଷ କଲେ କାର୍ଯ୍ୟକ୍ରମ ସଫଳ ହୋଇ ପାରିବ ବୋଲି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରୋଦନ ମଲିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବାକୁ ଥିବା ଆୟୋଜକ ତଥା ବ୍ଲକ ପ୍ରଶାସନ ତରଫରୁ ସୂଚନା ମିଳିଛି। ଅନ୍ୟପଟେ କାର୍ଯ୍ୟକ୍ରମ କୁ ବ୍ଲକ ର ଓ ଏଲ ଏମ ସଂଗ୍ରାମ କେଶ୍ବରୀ ସାହୁ, ଏ ପି ଓ ସୁମନ୍ତ ଉଠାଣ ସିଂ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଇପ୍ସିତା ଜେନା, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକରି, ଓ ଅନ୍ୟାନ୍ୟ କର୍ମଚାରୀ ଙ୍କ ସହ ସି ଆର ପି, ଏମ ବି କେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ସନ୍ଧ୍ୟା ସମୟରେ ଜନଜାତି ମାନଙ୍କ ବିଭିନ୍ନ ସଂସ୍କୃତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବରଗଡ଼ ଜିଲାର ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ