ଛତ୍ରପୁର ବ୍ଲକ ଓ ଏନଏସି ପକ୍ଷରୁ ଚାଲିଥିଲା କ୍ରୀଡା ଉତ୍ସବ ଉଦଯାପିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ନୂଆ -ଓ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବ୍ଲକ ଓ ଏନଏସି ପକ୍ଷରୁ ଗତ ୧୮ ତାରିଖ ଠାରୁ ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିଅମ ପରିସରରେ ଚାଲିଥିବା କ୍ରୀଡା ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରଳ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଛତ୍ରପୁର ସିଡିପିଓ ପ୍ରଣମିତା ପଣ୍ଡା, ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର, ଆସିଷ୍ଟାଣ୍ଟ ଫାୟାର ଅଫିସର ଏସ. କେ. ସିଂ ପ୍ରମୁଖ ଯୋଗ ଦେଇ କୃତି କ୍ରୀଡାବିତ ଓ ଟିମ ମାନଙ୍କୁ ପୁରସ୍କୃତ କରିଥିଲେ l ୧୧ ଦିନ ଧରି ଖୋ ଖୋ, କ୍ରିକେଟ, କବାଡି, ଭଳିବଲ,ହକି ଭଳି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ