ନକଲି ଅଧ୍ୟାପକ କଲେଜ୍ ଛାତ୍ରୀଙ୍କୁ ନେଇ ଫେରାର୍
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କୋଙ୍କରଡ଼ା ବିଜ୍ଞାନ ମହାବିଦ୍ୟାଳୟର ଦୁର୍ନିତି କଥା କହିଲେ ନସରେ । କୌଣସି ପ୍ରକାର ନିଯୁକ୍ତିରେ ନ ଥାଇ ମଧ୍ୟ ଜଣେ କର୍ମଚାରୀ ଦୀର୍ଘ ଦୁଇ ବର୍ଷ ହେବ କଲେଜରେ ପଢ଼ାଇବା ବାହାନାରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଆଜି ସେହି ବ୍ୟକ୍ତି କଲେଜର ଜଣେ ଛାତ୍ରୀଙ୍କୁ ନେଇ ଫେରାର୍ । ଏନେଇ ଝିଅ ଘର ଲୋକ ପାଟପୁର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।ସବୁ ଜାଣି ମଧ୍ୟ କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ପ୍ରକାଶ ଚନ୍ଦ୍ର ଜେନା ସମ୍ପର୍କରେ କିଛି ନ ଜାଣିବାର ବାହାନା କରୁଥିବା ବିଭିନ୍ନ ମହଲରୁ ଅଭିଯୋଗ ହେଉଥିବା ଶୁଣିବାକୁ ମିଳିଛି।ସ୍ଥାନୀୟ ଲୋକ ଏହାର ଉଚିତ ଜବାବ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।କେବଳ ଏତିକି ନୁହଁ କଲେଜ କାମ କରିବା ନା ରେ ବିଭିନ୍ନ ପ୍ରକାର ଠକେଇସହ କଲେଜରେ ଅଧ୍ୟାପକମାନଙ୍କ ମଧ୍ୟରେ ଗୋଷ୍ଠୀ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏହି ସବୁ କାରଣରୁ କଲେଜର ପାଠ ପଢ଼ା କମ୍ ହେବା ସହ ଉନ୍ନତି ବାଧା ପ୍ରାପ୍ତ ହେଉଅଛି। ଏହାର ପ୍ରଭାବ ସିଧାସଳଖ ଭାବେ ଛାତ୍ର ଛାତ୍ରୀ ମାନଙ୍କ ସହ ସ୍ଥାନୀୟ ସମାଜରେ ପଡୁଛି। ଏ ନେଇ ତଦନ୍ତ କରାଯିବା ନେଇ ଅଞ୍ଚଳ ବାସି ଦାବି କରିଛନ୍ତି। ଏନେଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କୁ ପଚାରିବାରୁ ସେ କହିଲେ ପରିବାର ଲୋକ ଏତଲାଦେଇଛନ୍ତି ମିସ୍ କେସ ନଂ ୪୨/୨୩ ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି।