ଦ୍ୱିତୀୟ ଦିବସରେ ୩ ପଞ୍ଚାୟତ ପରିଭ୍ରମଣ କଲା ଅର୍ପଣ ରଥ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଶ୍ରୀ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରଚାର – ପ୍ରସାର, ଓଡିଶା ସରକାରଙ୍କ ଆମ ଓଡିଶା- ନବୀନ ଓଡିଶା ଯୋଜନାର ଅନ୍ୟତମ ଅଂଶବିଶେଷ ଅଟେ । ଏହି କ୍ରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ୧୭ ତାରିଖରେ ପୁରୀ ଶ୍ରୀ ଜଚଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଉକ୍ତ ଐତିହାସିକ ମୁହୁର୍ତ୍ତରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ସମଗ୍ର ରାଜ୍ୟରୁ ଶ୍ରଦ୍ଧାଳୁ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏହି ମୁହୁର୍ତ୍ତକୁ ଅଧିକ ଭାବପୁର୍ଣ୍ଣ କରିବା ପାଇଁ ବିଭିନ୍ନ ସାଂସ୍କୃତିକ ଓ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ପଞ୍ଚାୟତ ଓ ବ୍ଳକରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ମାସ ୬ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ ଓ ବ୍ଳକରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବହୁ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର ହିଞ୍ଜିଳିକାଟୁ ବ୍ଳକ ପ୍ରଶାସନର ଯୋଜନା ମୁତାବକ ୩ଟି ଅର୍ପଣ ରଥର ଶୁଭାରମ୍ଭ କରାଯାଇଥିଲା । ଦ୍ୱିତୀୟ ଦିବସ ରବିବାର ଦିନ ୩ଟି ଅର୍ପଣ ରଥ ସ୍ଥାନୀୟ ବ୍ଳକ ରଳବ, କଣ୍ଟାଇକୋଳି, ଚୈତନ୍ୟପଡା, ଦୁର୍ବନ୍ଧ ଓ ଖାଜିପଲ୍ଲୀ ଗ୍ରାମ ପରିଭ୍ରମଣ କରି ଶ୍ରଦ୍ଧାଳୁଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲା ।ପ୍ରଥମେ ରାଳବ କୁଞ୍ଜବିହାରୀ ମନ୍ଦିରରୁ ପ୍ରଭୁଙ୍କ ଆଜ୍ଞାମାଳ ଅଣାଯାଇ ଅର୍ପଣ ରଥର ଶୁଭାରମ୍ଭ କରାଯାଇଥିଲା । ଅର୍ପଣ ରଥ ସହ ଉକ୍ତ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଏବଂ ଗ୍ରାମବାସୀ ଗ୍ରାମ ପରିକ୍ରମା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆତ୍ମା ଅଧ୍ୟକ୍ଷ ଗନ୍ତାୟତ ଦଳାଇ, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସରପଞ୍ଚ ରଶ୍ମିତା ପ୍ରଧାନ, ସମିତିସଭ୍ୟା ରୀନା ପୋଲେଇ, ପିଇଓ ସୁଶାନ୍ତ ପାତ୍ର ପ୍ରମୁଖ ୁପସ୍ଥିତ ଥିଲେ । ଦ୍ୱିତୀୟ ଅର୍ପଣ ରଥ କଞ୍ଚୁରୁ ଜଗନ୍ନାଥ ମନ୍ଦିର ଠାରୁ ଯାତ୍ରାରମ୍ଭ କରି କଣ୍ଟାଇକୋଳି, ଚୈତନ୍ୟପଡା ଗ୍ରାମ ପରିକ୍ରମା କରିଥିଲା । ଉକ୍ତ କାର୍ଯ୍ୟକ୍ରମରେ ବି. ରାମଚନ୍ଦ୍ର, ସରପଞ୍ଚ ମଦନ ମୋହନ ସେଠି, ପିଇଓ ପ୍ରତାପ ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ତୃତୀୟ ଅର୍ପଣ ରଥଟି ଦୁର୍ବନ୍ଧ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଯାତ୍ରାରମ୍ଭ କରି ଦୁର୍ବନ୍ଧ ସମେତ ଖାଜିପଲ୍ଲୀ ଗ୍ରାମ ପରିଭ୍ରମଣ କରି ଶ୍ରଦ୍ଧାଳୁଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଗ୍ରାମ୍ୟ ଓ ଗୃହ ନିର୍ମାଣ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଡି. ବିଶ୍ୱନାଥ, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ସରପଞ୍ଚ ସନ୍ତୋଷ ସାହୁ, ରାମହରି ଶର୍ମା, ଅଭିମନ୍ୟୁ ସାହୁଙ୍କ ସମେତ ସଂପୃକ୍ତ ପଞ୍ଚାୟତର ଅନ୍ୟାନ କର୍ମଚାରୀ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ସୋମବାର ଦିନ ଅର୍ପଣ ରଥ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବେଲଗାଁ, ଗଣ୍ଡଳା, ଆଲପୁର ଓ ସାରୁ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଭ୍ରମଣ କରିବ ବୋଲି ବିଡିଓ ସୁବ୍ରତ କୁମାର ଜେନାଙ୍କ ସୂତ୍ରରୁ ପ୍ରକାଶ ।


