ମୋହନାକୁ ଏନ୍ଏସି ମାନ୍ୟତା ପାଇଁ ଦାବି ଜୋର ଧରିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଏକ ସର୍ବପୁରାତନ ଏବଂ ସର୍ବବୃହତ ସହର ହେଉଛି ମୋହନା. ଏଣୁ ଏହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଭାବେ ଗଢି ତୋଳିବା ପାଇଁ ଦୀର୍ଘ ଦିନ ଧରି ଦାବି ରହି ଆସିଛି. ବର୍ତ୍ତମାନ ମୋହନା ସହାରକୁ ନେଇ ତୁରନ୍ତ ଏନଏସି ମାନ୍ୟତା ପ୍ରଦାନ କରାଯାଉ ବୋଲି ଜୋର ଦାବି ଧରିଛି. ଏଠାରେ ସୂଚନାଯୋଗ୍ୟ ୧୭ ଟି ୱାର୍ଡକୁ ନେଇ ଗଠିତ ଏହା ଏକ ପଞ୍ଚାୟତ ମଧ୍ଯ | ନିକଟସ୍ଥ କଣ୍ଟେଇକୋଳି, ଲଦୁର୍ମା, ବେତାରସିଂ, ରଙ୍ଗମାଟିଆ, ଆନନ୍ଦପୁର, ଖାରିକୁଆ, ଖାରୀଗୁଡ଼ା ଆଦି ଅଞ୍ଚଳକୁ ନେଇ ବୃହତ୍ତ ମୋହନା ସହର ଗଠିତ। ଆଦିବାସୀ ଅଧ୍ଯୁଷିତ ଏହି ବ୍ଲକ ଅଞ୍ଚଳର ମୋହନା ସହରରେ ହଜାର ହଜାର ସଂଖ୍ୟାରେ ସାଧାରଣବର୍ଗ ଏବଂ ପଛୁଆବର୍ଗର ଜନସାଧାରଣ ବସବାସ କରନ୍ତି। ଏହା ଏକ ବ୍ଲକ ସହ ନିର୍ବାଚନମଣ୍ଡଳୀ ମୁଖ୍ୟାଳୟ ହୋଇଥିବା ଯୋଗୁଁ ହଜାର ହଜାର ଜନସାଧାରଣ ପ୍ରତିଦିନ ମୋହନା ସହର ଉପରେ ନିର୍ଭର କରିଥାନ୍ତି। ରାଜନୀତି କ୍ଷେତ୍ର ହେଉ ଅବା ଚାକରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ମୁଖ୍ୟତଃ ମୋହନା ସ‌ହରବାସୀ ଏହାର ଲାଭ ଠିକ ଭାବେ ପାଇପାରନ୍ତି ନାହିଁ | ତେଣୁ ସ୍ବୟଂ ଶାସନ ବ୍ୟବସ୍ଥାରେ ମୋହନାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପାଇଁ ଏଠାକାର ଲୋକେ ବାରମ୍ବାର ଦାବି କରି ଆସିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକଙ୍କ ଦାବି ପ୍ରତି ଦୃଷ୍ଟିପାତ କରାଯାଇନାହିଁ | ଫଳରେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି I ଏନେଇ ମୋହନା ସହରର ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ଆଇନଜୀବୀ, ସାମ୍ବାଦିକ ସଙ୍ଘ, ଯୁବକ ସଙ୍ଘ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସମେତ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିବିଶେଷ ଏକତ୍ରିତ ହୋଇ ଯୋଜନା ମଧ୍ୟ ଆରମ୍ଭ କରିସାରିଲେଣି | ମୋହନାରେ ବିଭିନ୍ନ ସରକାରୀ, ବ୍ୟବସାୟିକ ପ୍ରତିଷ୍ଠାନ ସହ ଏହା ଜିଲ୍ଲାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ| ତେଣୁ ଜନସ୍ବାର୍ଥକୁ ଦୃଷ୍ଟିରେ ରଖ୍ ଅତି ଶୀଘ୍ର ମୋହନାକୁ ଏନ୍‌ଏସି ମାନ୍ୟତା ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ