ସୁପ୍ରିମକୋର୍ଟ ଆଦେଶକୁ ଖୋଲା ଉଲ୍ଲଙ୍ଘନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସ୍କୁଲ ବସ ଗୁଡିକ ପାଇଁ ସର୍ବୋଚ୍ଚ କୋର୍ଟ କଡା ନିର୍ଦ୍ଦେଶ ଥିଲେ ମଧ୍ଯ ଗଜପତି ଜିଲ୍ଲାର କାଶୀନଗରରେ ଥିବା ପ୍ରାଇଭେଟ ସ୍କୁଲ ଗୁଡିକ ଏହାକୁ ଖୋଲାଖୋଲି ଉଲଂଘନ କରୁଛନ୍ତି. ପ୍ରକାଶଥାଉକି, କାଶୀନଗର ସହରରେ ଛତୁ ଫୁଟିବା ଭଳି ପ୍ରାଇଭେଟ ସ୍କୁଲ ଖୋଲିଛି I କାହାର ଠିକ ଅନୁମତି ନାହିଁ । ଏମାନେ ପିଲା ମାନଙ୍କୁ ବୋହିବା ପାଇଁ ଅଟୋ ବ୍ୟବହାର କରୁଛନ୍ତି । ସେମାନଙ୍କୁ ଓହଳାଇ ସ୍କୁଲକୁ ନେବା ଏବଂ ବ୍ୟାଗ ପତ୍ର ଝୁଲାଇ ଅସୁରକ୍ଷିତ ଭାବେ ନେବା ଆଣିବା କରୁଛନ୍ତି. ପୋଲିସ ଓ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି ।


